ଆସିକା(ମନୋଜ ମୁନି): ଆମ୍ବୁଲାନ୍ସରେ ଚାଲାଣା ହେଉଥିଲା ଗଞ୍ଜେଇ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଫାଣ୍ଡି ପାଖରେ ଗୋଟିଏ ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ କରାଯାଇଛି। ପିପିଇ କିଟ୍ ଢଙ୍କା ହୋଇ ଗଞ୍ଜେଇ ଚାଲାଣ କରାଯାଉଥିଲା। ଗାଡ଼ି ଯାଞ୍ଚ ବେଳେ ପୁଲିସ୍ ଗଞ୍ଜେଇ ପକେଟକୁ ଜବତ କରିଛି। ଏହାସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ପୁଲିସ୍ ଅଟକ ରଖିଛି।
ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିଲା। ତେବେ ରାସ୍ତାରେ ପୁଲିସ୍ ଯାଞ୍ଚ କରୁଥିବାବେଳେ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଢଙ୍କାଯାଇ କିଛି ରଖାଯାଇଥିବା ଦେଖିବାକୁ ପାଇଥିଲା। ଏନେଇ ସନ୍ଦେହ ହେବାରୁ ପୁଲିସ୍ ଗାଡିକୁ ଚେକିଂ କରିଥିଲା। ତେବେ ଗଞ୍ଜେଇ ପକେଟ ଦେଖିବା ପରେ ପୁଲିସ୍ ସେସବୁକୁ ଜବତ କରିଥିଲ॥
The post ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ appeared first on OTV Khabar..
from OTV Khabar. https://ift.tt/3l710jM
ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ OTV KHABAR BUREAU
Reviewed by SUBHENDU BARAL
on
October 04, 2020
Rating:
No comments: