ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ଟ୍ରମ୍ପ Minati Mishra

ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ସ୍ୱାସ୍ଥ୍ୟାବସ୍ଥା । ଆଜି ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ହ୍ୱାଇଟ ହାଉସ୍ ଫେରିପାରନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଟିମ କହିଛି । ସେ ରେମଡସିଭିର ନେଉଛନ୍ତି । ତାଙ୍କ କିଡ୍‌ନୀ ଓ ଲିଭର ଠିକ୍ ଭାବେ କାର୍ଯ୍ୟକରୁଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପକ୍ଷେ କରୋନା ଆକ୍ରାନ୍ତ ଟ୍ରମ୍ପ ରବିବାର ଡାକ୍ତରଖାନା ବାହାରକୁ ଆସି ସମର୍ଥକମାନଙ୍କୁ ଅଭିବାଦନ କରୁଥିବା ଦେଖା ଯାଇଥିଲା। ମେରିଲାଣ୍ଡର ୱାଲ୍‌ଟର ରିଡ ହସ୍‌ପିଟାଲରେ ଟ୍ରମ୍ପ ଚିକିତ୍ସିତ ହେଉଥିଲେ ଏବଂ ଡାକ୍ତରଖାନା ବାହାରେ ଟ୍ରମ୍ପଙ୍କ ସମର୍ଥକ ବହୁ ସଂଖ୍ୟାରେ ମହଜୁଦ୍ ଥିଲେ। ରବିବାର ଟ୍ରମ୍ପ ନିଜ କାର୍‌ରେ ବାହାରକୁ ଆସିଥିଲେ ଏବଂ ହାତ ହଲାଇ ତାଙ୍କର ମଙ୍ଗଳକାମନା କରୁଥିବା ସମର୍ଥକଙ୍କୁ ଅଭିବାଦନ ଜଣାଇଥିଲେ।

ସୂଚନାଥାଉ କି,  ଟ୍ରମ୍ପ ନିଜେ ଏକ ଭିଡିଓ ମେସେଜ ଟ୍ୱିଟ୍ କରି ‘ସୁସ୍ଥ ଅନୁଭବ କରୁଛି ଓ ଖୁବଶୀଘ୍ର ଫେରିବି’ ବୋଲି କହିଥିଲେ । ମେଡିକାଲ ଟିମ୍‌ର କହିବା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରୁ ତାଙ୍କର ଜ୍ୱର ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ।

ସେପଟେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରାର୍ଥୀ ହୋଇଥିବାରୁ ଆମେରିକା ରାଜନୀତିରେ ଏହାର କଣ ପ୍ରଭାବ ପଡ଼ୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।

The post ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ଟ୍ରମ୍ପ appeared first on OTV Khabar..



from OTV Khabar. https://ift.tt/34oOvt5
ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ଟ୍ରମ୍ପ Minati Mishra ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ଟ୍ରମ୍ପ Minati Mishra Reviewed by SUBHENDU BARAL on October 04, 2020 Rating: 5

No comments:

Powered by Blogger.