ୱାଶିଂଟନ୍: କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିକିତ୍ସା ଏବେ Marylandରେ ଥିବା ୱାଲଟର ରିଡ୍ ନ୍ୟାସ୍ନାଲ୍ ମିଲିଟାରୀ ମେଡିକାଲ ସେଣ୍ଟରରେ ଚାଲିଛି। ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଛି। ତେଣୁ ଆସନ୍ତା ୪୮ ଘଣ୍ଟା ଟ୍ରମ୍ପଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ମିଳିଛି।
ସୂଚନାଥାଉ କି, ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଟ୍ରମ୍ପ ଟ୍ୱିଟ୍ରରେ ଏକ ଭିଡିଓ ଶେଆର କରିଛନ୍ତି।
— Donald J. Trump (@realDonaldTrump) October 3, 2020
ଅକ୍ଟୋବର ୨ରେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।
ଆସନ୍ତା ମାସ ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ତାପୂର୍ବରୁ ଟ୍ରମ୍ପଙ୍କ ଏକାଧିକ ରାଜନୈତିକ ରାଲିର କାର୍ଯ୍ୟକ୍ରମ ଥିଲା। ତେବେ ସେଗୁଡିକ ଭର୍ଚୁଆଲ ମୋଡ୍ରେ କରାଯାଇପାରେ କିମ୍ବା ବାତିଲ ହୋଇପାରେ ବୋଲି ସୂଚନା ମିଳିଛି ।
The post ଆସନ୍ତା ୪୮ ଘଣ୍ଟା ଟ୍ରମ୍ପଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା appeared first on OTV Khabar..
from OTV Khabar. https://ift.tt/2GerUaT
No comments: