ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ଡ୍ରଗ୍ସ ସଂଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଳାକାରମାନେ ଡ୍ରାଗ୍ସ ସେବନ କରୁଥିବା ନେଇ ସୂଚନା ମିଳିବା ପରେ ଲୋକମାନଙ୍କର ବଲିଉଡ୍ ପ୍ରତି ଗୋଟେ ନକରାତ୍ମକ ଭାବନା ଆସିଯାଇଛି। ଅନ୍ୟପଟେ କିଛି କଳାକାର ସୁଶାନ୍ତଙ୍କ ମୃତ୍ୟୁ ଏବଂ ଡ୍ରଗ୍ସ ସେବନକୁ ନେଇ ଚୁପ୍ ରହୁଥିବା ବେଳେ କିଛି କଳାକାର ସାମ୍ନାକୁ ଆସି ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏକ ଭିଡ଼ିଓ ଶେଆର କରି ଡ୍ରଗ୍ସ ସମ୍ପର୍କରେ ଆଲୋଚନା କରିଛନ୍ତି।
ଭିଡିଓରେ ଅକ୍ଷୟ କହିଛନ୍ତି, ‘ମୁଁ ଆଜି ଆପଣମାନଙ୍କ ସହ ଭାରୀ ହୃଦୟରେ ଏକ କଥା କହିବାରୁ ଯାଉଛି। ଗତ କିଛି ସପ୍ତାହ ମଧ୍ୟରେ, ମୁଁ କିଛି କଥା କହିବାକୁ ଚାହୁଁଥିଲି। କିନ୍ତୁ ମୋ ଆଖପାଖରେ ଏତେ ନକାରାତ୍ମକତା ଭରି ରହିଥିଲା ଯେ ମୁଁ କ’ଣ କହିବି, କେତେ କହିବି ଏବଂ କାହାକୁ କହିବି କିଛି ବୁଝିପାରୁ ନଥିଲି। ଯଦିଓ ଆମକୁ ‘ତାରକା’ କୁହାଯାଏ, ଆପଣ ଦର୍ଶକମାନେ ହିଁ ଆପଣମାନଙ୍କ ପ୍ରେମରେ ବଲିଉଡ୍କୁ ଗଢ଼ିଛନ୍ତି। ଆମେ କେବଳ ଜଣେ ଜଣେ କଳାକାର। ଚଳଚ୍ଚିତ୍ର ମାଧ୍ୟମରେ, ଆମେ ପୂରା ବିଶ୍ୱର କୋଣ ଅନୁକୋଣରେ ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଜଣାଇଥାଉ।
ଏଥିସହ ଲୋକଙ୍କ ଭାବନା ଏବଂ ଦେଶର ସମସ୍ୟାକୁ ମଧ୍ୟ ଚଳଚ୍ଚିତ୍ର ମାଧ୍ୟମରେ ଚିତ୍ରଣ କରିବାକୁ ଚେଷ୍ଟା କରିଥାଉ। ଯଦି ଆଜି ଆପଣଙ୍କ ମନରେ ଆକ୍ରୋସ ଅଛି ତେବେ ସେ ରାଗକୁ ମଧ୍ୟ ଆମେ ଗ୍ରହଣ କରୁଛୁ। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ପ୍ରସଙ୍ଗ ସାମ୍ନାକୁ ଆସିଛି ଯାହାକୁ ଆମକୁ ସେତିକି କଷ୍ଟ ଦେଇଛି ଯେତିକି ଆପମଙ୍କୁ। ସୁଶାନ୍ତଙ୍କ ମୃତ୍ୟୁରେ ଆମ ଫିଲ୍ମ ଜଗତ ସହ ଜଡିତ ଦୋଷ ତ୍ରୁଟିକୁ ଦେଖିବାକୁ ସୁଯୋଗ ମିଳିଛି।
ଡ୍ରଗ୍ସ ବିଷୟରେ ଆଲୋଚନା ହେଉଛି। ମୁଁ ଆପଣଙ୍କୁ ମିଛ କହିପାରିବି ନାହିଁ ଯେ ବଲିଉଡ୍ରେ ଏପରି ଘଟେନି ବୋଲି। ଡ୍ରଗ୍ସ ନିଶ୍ଚିତ ଭାବେ ବଲିଉଡ୍ର ଏକ ସମସ୍ୟା। ମାତ୍ର ପ୍ରତ୍ୟେକ ବ୍ୟକ୍ତି ଏଥିରେ ଜଡ଼ିତ ନୁହଁନ୍ତି। ଏହା କିପରି ସମ୍ଭବ? ଡ୍ରଗ୍ସ ଗୋଟେ ଆଇନଗତ ମାମଲା। ଏଥିପାଇଁ ଆଇନ ବ୍ୟବସ୍ଥା ଲାଗିଛି। ଯେଉଁମାନେ ଦୋଷି ସେମାନଙ୍କୁ ଦଣ୍ଡ ମିଳିବ। କିନ୍ତୁ ଆପଣ ମାନେ ଫିଲ୍ମ ଜଗତ ସହ ଜଡିତ ସମସ୍ତ କଳାକାରଙ୍କୁ ଏଥିପାଇଁ ଦୋଷ ଦିଅନ୍ତୁ ନାହିଁ।
Bahot dino se mann mein kuch baat thi lekin samajh nahi aa raha tha kya kahoon, kisse kahoon. Aaj socha aap logon se share kar loon, so here goes… #DirectDilSe 🙏🏻 pic.twitter.com/nelm9UFLof
— Akshay Kumar (@akshaykumar) October 3, 2020
ଏଥିସହ ଅକ୍ଷୟ କହିଛନ୍ତି। ଗଣମାଧ୍ୟମର ସ୍ୱର ଉପରେ ମୋର ଭରଷା ଥିଲା। ଠିକ୍ ସମୟରେ ଠିକ୍ ସମ୍ବାଦ ଦେଖାଇବା ଗଣମାଧ୍ୟମର କାମ। କିନ୍ତୁ ଏ ସମୟରେ ଟିକେ ସମ୍ବାଦନଶୀଳତାର ଆବଶ୍ୟକ ରହିଛି। ଗୋଟେ ଭୁଲ୍ ଖବର ଜଣଙ୍କ ଦୀର୍ଘ ଦିନର ଭାବମୁର୍ତ୍ତିକୁ ଖରାପ କରିବାରେ ଯଥେଷ୍ଟ। ତେଣୁ କୌଣସି ବି ଖବର ପରିବେଷଣ କରିବା ସମୟରେ ଟିକେ ଯତ୍ନବାନ ହୁଅନ୍ତୁ।
The post ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଅକ୍ଷୟ appeared first on OTV Khabar..
from OTV Khabar. https://ift.tt/2GtWOM1
No comments: