ଅଟୋରେ ଚାଲିଥିଲା ଚୋରା କାରବାର : ପୋଲିସ ଚେକିଂ ବେଳେ ଧରାପଡିଗଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଜଣେ ଗିରଫ, ୨ ଫେରାର

ଲମତାପୁଟ ୦୪।୧୦: ବିପୁଳ ପରିମାଣର ଗଞ୍ଜେଇ ଜବତ । ଅଟୋ ଯୋଗେ ଚୋରା ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲା ଗୁନେଇ ପଡ଼ା ଗାଁ ନିକଟରୁ ଏକ ଅଟୋରୁ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଗୁନେଇପଡ଼ା ଗାଁ ନିକଟରେ ମାଛକୁଣ୍ଡ ପୋଲିସ ପକ୍ଷରୁ ଗାଡ଼ି ଚେକିଂ ଚାଲିଥିଲା । ଗାଡି ଯାଞ୍ଚ ସମୟରେ ଅନକାଡେଲି ଅଞ୍ଚଳରୁ ଆସୁଥିବା ଅଟୋକୁ ଅଟକାଇଥିଲା ପୋଲିସ । କିନ୍ତୁ ଅଟୋରେ ବସିଥିବା ଲୋକଙ୍କ ମଧ୍ୟରୁ ୨ ଜଣ ଡେଇଁ ଦୌଡି ପଲାଇଯାଇଥିବା ବେଳେ ଅନ୍ୟଜଣଙ୍କୁ କାବୁ କରିଥିଲା ପୋଲିସ । ଅଟୋକୁ ପୋଲିସ ଯାଞ୍ଚ କରିବା ସମୟରେ ୮୮କେଜିର ଗଞ୍ଜେଇ ଜବତ କରିଛି । ଯାହାର ମୁଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଅଟକ ଥିବା ଡ୍ରାଇଭର ଜଣଙ୍କ ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ସାଙ୍ଗଡା ଗାଁର ବୋଲି ସୂଚନା ମିଳିଛି । ଅନ୍ୟପଟେ ଫେରାର ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ  ଅନ୍ୟ ଜଣ ପଶ୍ଚିମବଙ୍ଗର ହୋଇଥିବା ସୂଚନା ରହିଛି ।  ଜବତ ହୋଇଥିବା ଗଞ୍ଜେଇକୁ  ଆନ୍ଧ୍ରରୁ ବୈପାରିଗୁଡା ଦେଇ ଜୟପୁରକୁ ଚୋରା ଚାଲାଣ କରାଯାଉଥିବା ଡ୍ରାଇଭର ସ୍ୱୀକାର କରିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।



from Prameya News7 https://ift.tt/3nglUz2
ଅଟୋରେ ଚାଲିଥିଲା ଚୋରା କାରବାର : ପୋଲିସ ଚେକିଂ ବେଳେ ଧରାପଡିଗଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଜଣେ ଗିରଫ, ୨ ଫେରାର ଅଟୋରେ ଚାଲିଥିଲା ଚୋରା କାରବାର : ପୋଲିସ ଚେକିଂ ବେଳେ ଧରାପଡିଗଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଜଣେ ଗିରଫ, ୨ ଫେରାର Reviewed by SUBHENDU BARAL on October 03, 2020 Rating: 5

No comments:

Powered by Blogger.