ସ୍ୱର୍ଗଦ୍ୱାରରେ ହେବ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ Rajalaxmi Sahoo

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ନେତା ଥିଲେ ପ୍ରଦୀପ ମହାରଥୀ। କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ବିଭାଗରେ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ଦଳର ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।

ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ତାଙ୍କର ଦେହାନ୍ତ ପରେ ହସ୍ପିଟାଲ୍‌ରୁ ଭୁବନେଶ୍ୱର ସରକାରୀ ବାସଭବନକୁ ପାର୍ଥିବ ଶରୀର ଅଣାଯାଇଥିଲା। ଏଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ବର୍ତ୍ତମାନ ବିଧାନସଭା ପରିସରରେ ପାର୍ଥିବ ଶରୀର ପହଞ୍ଚିଛି। ଏହାପରେ ପାର୍ଟି ଅଫିସ୍‌କୁ ପାର୍ଥିବ ଶରୀର ନିଆଯିବ ଓ ପରେ ପିପିଲି ଫାର୍ମ ହାଉସ୍‌କୁ ନିଆଯିବ ମହାରଥୀଙ୍କ ପାର୍ଥିବ ଶରୀର। ଅପରାହ୍ଣରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

ପଢ଼ନ୍ତୁ: ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ

The post ସ୍ୱର୍ଗଦ୍ୱାରରେ ହେବ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ appeared first on OTV Khabar..



from OTV Khabar. https://ift.tt/3nfbD66
ସ୍ୱର୍ଗଦ୍ୱାରରେ ହେବ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ Rajalaxmi Sahoo ସ୍ୱର୍ଗଦ୍ୱାରରେ ହେବ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ Rajalaxmi Sahoo Reviewed by SUBHENDU BARAL on October 03, 2020 Rating: 5

No comments:

Powered by Blogger.