ୱାଶିଂଟନ:ଛୋଟ ପରିବାର ସୁଖୀ ପରିବାର। ସାଂପ୍ରତିକ ସ୍ଥିତିରେ ପ୍ରକୃତରେ ଏହି ଉକ୍ତିର ଯଥାର୍ଥତା ରହିଛି। ଆଜିକାଲି ସମୟରେ ଗୋଟିଏ ସନ୍ତାନ ଜନ୍ମ ଦେଇ ତାକୁ ବଡ କରିବା ଏବଂ ମଣିଷ ପରି ମଣିଷଟିଏ କରିବା ଏତେ ସହଜ ନୁହେଁ । କିନ୍ତୁ ଆମରିକାର ଏହି ମହିଳାଙ୍କ ମାନସିକତା ଭିନ୍ନ। ମହିଳା ଜଣକ ୧୦ ବର୍ଷରେ ୧୦ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୩୬ ବର୍ଷିୟା ଏହି ମହିଳା ୧୨ ବର୍ଷରେ ୧୨ ସନ୍ତାନଙ୍କୁ ଜନ୍ମ ଦେବାର ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ ସ୍ୱାମୀ ସ୍ତ୍ରୀଙ୍କୁ ମିଶାଇ ପରିବାର ସଂଖ୍ୟା ୧୪ କରିବାର ଯୋଜନାରେ ଅଛନ୍ତି ।
ମହିଳାଙ୍କୁ ନିଶା ଘାରିଛି, ସେ 12 ବର୍ଷରେ ଡଜନେ ପିଲାଙ୍କ ମାଆ ହେବେ। ଏବେ ତାଙ୍କର ୬ପୁଅ ଓ ୪ ଝିଅ ଅଛନ୍ତି। କୋର୍ଟନୀ ରୋଗର୍ସ ଓ ତାଙ୍କ ସ୍ୱାମୀ କ୍ରିସ୍ ରୋଗର୍ସ ୨୦୦୮ ମସିହାରେ ବିବାହ କରିଥିଲେ। ୨୦୧୦ ମସିହାରେ ତାଙ୍କର ପ୍ରଥମ ପିଲା ଜନ୍ମ ହୋଇଥିଲା। ଏହା ପରେ ସେ ୯ ଥର ଗର୍ଭବତୀ ହୋଇଛନ୍ତି। ଗତ ୧୦ ବର୍ଷ ଭିତରେ ସେ ମାତ୍ର ୯ ମାସ ବିନା ଗର୍ଭବତୀରେ ଅଛନ୍ତି।
ସେ ଏବେ ବି ଗର୍ଭବତୀ ଅଛନ୍ତି ଓ ଆସନ୍ତା ନଭେମ୍ୱର ମାସରେ ପୁଣି ଏକ ସନ୍ତାନକୁ ଜନ୍ମ ଦେବେ ବୋଲି ଇଂଲଣ୍ଡର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। କୋର୍ଟନୀ ଓ କ୍ରିସଙ୍କୁ ଛାଡି ପରିବାରରେ ୧୦ ଜଣ ପିଲାଛୁଆ ଅଛନ୍ତି। କୋର୍ଟନୀ ଓ କ୍ରିସଙ୍କ ଭଳି ସବୁ ପିଲାଙ୍କ ନାଆଁର ପ୍ରଥମ ଅକ୍ଷର ହେଉଛି ସି (C)। ଏହି ନାଁ ଗୁଡିକ ହେଉଛି କ୍ଲିଣ୍ଟ, କ୍ଲେ , କେଡ, କାଲି, କାସ, ଯମଜ ସନ୍ତାନ କୋଲ୍ଟ ଏବଂ କେସ , କାଲେନା, କେଡ୍ୟୁ ଓ କୋରାଲି। ତାଙ୍କର ଦୁଇଥର ୩ ମାସରେ ମିସକ୍ୟାରେଜ ବି ହୋଇଥିବା କୋର୍ଟନୀ କହିଛନ୍ତି।
ଏତେ ବଡ ପରିବାର ଚଳାଇବା ଏହି ଦମ୍ପତିଙ୍କ ପାଇଁ ସହଜ କି ? ଜମା ନୁହେଁ। ସେ ପିଲାଙ୍କ କାମରେ ଏତେ ବ୍ୟସ୍ତ ଯେ, ନିଜ ପାଇଁ ସମୟ ପାଆନ୍ତି ନାହିଁ। ଏମାନେ ଖାଇବାରେ ମାସକୁ ପ୍ରାୟ ୧୨ ଶହ ଡଲାର ଖର୍ଚ୍ଚ କରନ୍ତି । କ୍ରିସ୍ ମାସ ସମୟରେ ପିଲାଙ୍କ ପାଇଁ ପ୍ରାୟ ଏକ ହଜାର ଡଲାରର ଗିଫ୍ଟ କିଣନ୍ତି। ଆର୍ଥିକ ଅସୁବିଧା ସତ୍ତ୍ୱେ କୋର୍ଟନୀ ପରିବାର ସଦସ୍ୟ ସଂଖ୍ୟା ୧୪ରେ ପହଞ୍ଚାଇବାକୁ ଚାହୁଁଛନ୍ତି।
ତେବେ ଆଜିକାଲିକା ମହଙ୍ଗ ଯୁଗରେ ଏତେ ସନ୍ତାନ ଜନ୍ମର ନିଷ୍ପତି କାହିଁକି ନେଲେ ଏହି ଦମ୍ପତ୍ତି ? ହଁ, ଏହା ପଛର କାରଣ ବି ଅଜବ। ଗୋଟିଏ ଜିଦରେ ସେମାନେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି। ଏମିତି ଅଜବ ଜିଦ୍ କୋର୍ଟନୀଙ୍କର । ବିବାହ ପୂର୍ବରୁ କ୍ରିସ ଥରେ କୋର୍ଟନୀଙ୍କୁ ଥଟ୍ଟାରେ କହିଥିଲେ, ମୁଁ ମୋର ୧୦ ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ବଡ। ତୁମେ କଣ ମୋ ମାଆଙ୍କ ଭଳି ଏତେ ଛୁଆ କରିପାରିବ ? କୋର୍ଟନୀ କହିଥିଲେ ନିଶ୍ଚୟ ପାରିବି।
ବାସ୍ ! ଏଇ ପଦେ କଥାରେ କୋର୍ଟନୀଙ୍କୁ ଘାରିଛି ବଡ ପରିବାର ନିଶା।…
The post ୧୦ ବର୍ଷରେ ୧୦ ସନ୍ତାନ, ତଥାପି ଆଉ ୨ ଜଣଙ୍କ ଆଗମନର ଅପେକ୍ଷା…. appeared first on OTV Khabar..
from OTV Khabar. https://ift.tt/3ltMjHO
No comments: