ବିଦ୍ୟୁତ ନେଲା ୨ ଜୀବନ । ସର୍ଟ ସର୍କିଟ ଯୋଗୁଁ ବୋହୂ ଓ ଶ୍ୱଶୁର ମୃତ Kanak News

କନକ ବ୍ୟୁରୋ : ବିଦ୍ୟୁତ୍ ଆଘାତରେ ୨ ଜଣଙ୍କ ମୃତ୍ୟୁ ଘଟଣା ରାୟଗଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। । ବିଷମକଟକ ବ୍ଲକ୍ ଅନ୍ତର୍ଗତ ଫଙ୍ଗପଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଦୁଇ ମୃତକ ସମ୍ପର୍କରେ ଶ୍ୱଶୁର ଓ ବୋହୂ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଘରେ ସର୍ଟ ସର୍କିଟ ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘର କବାଟରେ ବିଦ୍ୟୁତ୍ ତାର ଲାଗିଥିବା ବେଳେ ପ୍ରଥମେ ଶ୍ୱଶୁର ଦହନି ମାଣ୍ଡାଙ୍ଗୀ(୬୫) ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ।

ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଗୁରୁତର ହୋଇ ଛଟପଟ ହେଉଥିବା ବେଳେ ବଞ୍ଚାଇବାକୁ ଆସି ବୋହୂ ସୁମିତ୍ରା ମାଣ୍ଡାଙ୍ଗୀ(୨୪) ମଧ୍ୟ ଲାଗି ଯାଇଥିଲେ। ପଡ଼ୋଶୀମାନେ ଉଭୟଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଉଭୟ ଦହନି ଓ ସୁମିତ୍ରାଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।



from Kanak News https://ift.tt/34ASjre https://ift.tt/2N0Qdc2
ବିଦ୍ୟୁତ ନେଲା ୨ ଜୀବନ । ସର୍ଟ ସର୍କିଟ ଯୋଗୁଁ ବୋହୂ ଓ ଶ୍ୱଶୁର ମୃତ Kanak News ବିଦ୍ୟୁତ ନେଲା ୨ ଜୀବନ । ସର୍ଟ ସର୍କିଟ ଯୋଗୁଁ ବୋହୂ ଓ ଶ୍ୱଶୁର ମୃତ Kanak News Reviewed by SUBHENDU BARAL on October 09, 2020 Rating: 5

No comments:

Powered by Blogger.