ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ନୂଆ ଡିନ୍ ହେଲେ ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ, ଜାନୁଆରୀରୁ ସମ୍ଭାଳିବେ ଦାୟିତ୍ବ

ବୋଷ୍ଟନ ୧୦/୧୦: ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଶିକ୍ଷାବିଦ୍ ଶ୍ରୀକାନ୍ତ ଦତାରଙ୍କୁ ହାର୍ଭାର୍ଡ ବିଜନେସ ସ୍କୁଲର ନୂଆ ଡିନ୍ ଭାବେ ନିଯୁକ୍ତ କରାଯାଇଛି। ଦୀର୍ଘ ସମୟ ହେବ ସେ ଏହି ବିଜନେସ ସ୍କୁଲ ସହ ଯୋଡ଼ି ହୋଇ ରହିଛନ୍ତି। କୋଭିଡ-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ଯେଉଁ ରେସପନ୍ସ ଟିମ୍ ପ୍ରସ୍ତୁତ କରାଯାଇ ଥିଲା ଦତାର ସ୍କୁଲର ସେହି ଟିମକୁ ଲିଡ୍ କରିଥିଲେ। ହାର୍ଭାର୍ଡ ସ୍କୁଲ ନାଁରେ ୧୧୨ ବର୍ଷର ଇତିହାସ ରହିଛି ଓ ଦତାର ଏହାର ୧୧ତମ ଡିନ୍ ଭାବେ ନିଯୁକ୍ତ ହୋଇଛନ୍ତି। ହାର୍ଭାର୍ଡ ତରଫରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ପ୍ରଫେସର ଭାବେ କାମ କରିସାରିଛନ୍ତି। ଏହା ସହ ସେ ଆସୋସିଏସେଟ୍ ଡିନ୍ ଭାବେ ମଧ୍ୟ କାମ କରିଛନ୍ତି। ତେବେ ତାଙ୍କର କାର୍ଯ୍ୟକାଳ ୨୦୨୧ରୁ ଆରମ୍ଭ ହେବ। ଏହା ସହ ସେ ଭାରତୀୟ ଡିନ୍ ନୀତିନ ନେହାରିଆଙ୍କ ସ୍ଥାନ ନେବେ। ୧୦ ବର୍ଷ ପରେ ସେ ତାଙ୍କ କାର୍ଯ୍ୟକାଳକୁ ଛାଡ଼ିବେ।

ଶ୍ରୀକାନ୍ତ ଇଣ୍ଡିଆାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ)ରୁ ସ୍ନାତକୋତ୍ତର କରିଛନ୍ତି। ୧୯୯୬ରେ ହାର୍ଭର୍ଡ ବିଜନେସ ସ୍କୁଲ ସହ ପ୍ରଫେସର ଭାବେ ଯୋଡି ହୋଇ ଥିଲେ। ତେବେ ସେ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ ଅଫ୍ ବିଜନେସ ଛାଡ଼ି ହାର୍ଭାର୍ଡ ଆସିଥିଲେ। ସେଠାରେ ମଧ୍ୟ ସେ ପ୍ରଫେସର ଥିଲେ। ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ସେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।



from Prameya News7 https://ift.tt/3iGsYkQ
ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ନୂଆ ଡିନ୍ ହେଲେ ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ, ଜାନୁଆରୀରୁ ସମ୍ଭାଳିବେ ଦାୟିତ୍ବ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ନୂଆ ଡିନ୍ ହେଲେ ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ, ଜାନୁଆରୀରୁ ସମ୍ଭାଳିବେ ଦାୟିତ୍ବ Reviewed by SUBHENDU BARAL on October 09, 2020 Rating: 5

No comments:

Powered by Blogger.