ଭୁବନେଶ୍ୱର: ସେପ୍ଟେମ୍ବର ୨୯ ତାରିଖ ଭୁବନେଶ୍ୱରର ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଏଥିରେ ସଂପୃକ୍ତ ଥିବା ଡକାୟତଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିଶନରେଟ୍ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସର ଉଦ୍ୟମ କରୁଛି।
ସେପ୍ଟେମ୍ବର ୨୯ ତାରିଖ ଦିନ ବରୀମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ପସି ବନ୍ଧୁକ ଦେଖାଇ ଦୁର୍ବୃତ୍ତ ମାନେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ବରୀମୁଣ୍ଡ ଡକାୟତି ପୂର୍ବରୁ ପଟିଆ କଳାରାହାଙ୍ଗରେ ମଧ୍ୟ ଡକାୟତି ହୋଇଥିଲା। ତେବେ ବରୀମୁଣ୍ଡ ଡକାୟତି ସହ ଏହି ଲୁଟ୍ର କିଛି ସଂପର୍କ ରହିଛି କି ନାହିଁ ପୋଲିସ ତାର ଯାଞ୍ଚ କରୁଛି। ଏନେଇ ଆଜି ଅପରାହ୍ଣରେ ପୋଲିସ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଉଛି।
The post ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ appeared first on OTV Khabar..
from OTV Khabar. https://ift.tt/30wnUJw
ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ OTV KHABAR BUREAU
Reviewed by SUBHENDU BARAL
on
October 04, 2020
Rating:
No comments: