ଗୁଆହାଟୀ: ମିଜୋରାମ ସୀମାରେ ଦେଖା ଦେଇଥିବା ଉତ୍ତେଜନା ଉଗ୍ରରୂପ ନେଉଛି। ଗତକାଲି ମିଜୋରାମର କୋଲସିବ ଜିଲ୍ଲା ଓ ଆସାମର କଚର ଜିଲ୍ଲାର ବାସିନ୍ଦାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲ॥ ଉଭୟପକ୍ଷ ପରସ୍ପରର ଘର ପୋଡିଦେବା ସହ ଆକ୍ରମଣ କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରାଳୟକୁ ଜଣାଇଛନ୍ତି ।ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ପରିସ୍ଥିତି ସମ୍ପର୍କରେ ସମୀକ୍ଷା ପାଇଁ ଆଜି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ଉଭୟ ଆସାମ ଓ ମିଜୋରାମର ମୁଖ୍ୟ ସଚିବ ଯୋଗଦେବେ।
ଅଧିକାରୀଙ୍କ କହିବା ଅନୁଯାୟୀ, ଦୁଇ ରାଜ୍ୟ ମିଜୋରାମ ଏବଂ ଆସାମର ଲେଲାପୁରର ୱାରେଗଣ୍ଟ୍ ଗାଁ ନିକଟ ହିଂସା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକ ସହିତ ଶହ ଶହ ଗାଡ଼ି ୱାରେଗାଣ୍ଟ୍ ସୀମାରେ ଅଟକି ରହଛି।
ସୂଚନାଥାଉ କି, ମିଜୋରାମ-ଆସାମ ସୀମାନ୍ତର ଉଭୟ ପାର୍ଶ୍ୱରେ ରହୁଥିବା ଲୋକଙ୍କ ମଧ୍ୟରେ ଏକ କୋଭିଡ ପରୀକ୍ଷଣ କେନ୍ଦ୍ରରେ ଗଣ୍ଡଗୋଳ ହୋଇଥିଲା। ଏହି ହିଂସା ଶନିବାର ଉଗ୍ର ରୂପ ନେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମିଜୋରାମ ସୀମାର କିଛି ଲୋକ ଲାୟଲପୁର ଆସିଥିଲେ ଏବଂ ଟ୍ରକ ଚାଳକ ତଥା କିଛି ଗ୍ରାମୀଣ ଲୋକଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଛୋଟ ଛୋଟ ୧୫ରୁ ଅଧିକ ଦୋକାନ ଏବଂ ଘରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ବିରୋଧ କରି ବିପକ୍ଷ ଗୋଷ୍ଠୀ ଲୋକ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
The post ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା appeared first on OTV Khabar..
from OTV Khabar. https://ift.tt/3nXwyuG
No comments: