ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା, ସମସ୍ତ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା

ଗଜପତି ୧୯।୧୦ : ସାମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ଆଜିଠୁ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ। ଜିଲ୍ଲାର ସମସ୍ତ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି । ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲ ଓ ଅଙ୍ଗନବାଡି, କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସହିତ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ କୁହାଯ।ଇଛି । ସେପଟେ ଗଜପତି ଜିଲ୍ଲାପାଳ ଅନୁପମ ସାହ ଭିଡିଓ ଜାରି କରି ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେଉଁମାନେ ପାହାଡ ଉପରେ ବିପଦ ସଂକୁଳ ସ୍ଥାନ କିମ୍ବା ନଦୀ କୁଳିଆ ବନ୍ୟା ସମ୍ଭାବିତ କ୍ଷେତ୍ରରେ ରହୁଛନ୍ତି, ସେମାନେ ଦୟାପୂର୍ବକ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଉଚିତ ସମୟରେ ନିରାପଦ ସ୍ଥାନ ତଥା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ଯାଆନ୍ତୁ। ।



from Prameya News7 https://ift.tt/3dFFct9
ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା, ସମସ୍ତ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା, ସମସ୍ତ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା Reviewed by SUBHENDU BARAL on October 18, 2020 Rating: 5

No comments:

Powered by Blogger.