ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ରବୀନ୍ଦ୍ରଙ୍କ ସମର୍ଥକ Minati Mishra

ବାଲେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ଉପ ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। ସେହିପରି ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ, ବିଜେଡି ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି। ସେହିପରି ତିର୍ତ୍ତୋଲ ଆସନ ପାଇଁ ବିଜେପି ରାଜକିଶୋର ବେହେରା ଓ ବିଜେଡି ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି। ଏବେ ସମସ୍ତଙ୍କ ନଜର ମୁକାବିଲା ଉପରେ।

ତେବେ ପ୍ରାର୍ଥୀ ଘୋଷଣା ପରେ ଏବେ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ବିଶେଷ କରି ବାଲେଶ୍ୱର ବିଜେଡିରେ ପଦାରେ ପଡ଼ିଛି ଅନ୍ତର୍ଦ୍ୱନ୍ଦ୍ୱ । ସ୍ୱରୂପଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ।

ବାଲେଶ୍ୱର ଓଟି ରୋଡ୍ ସ୍ଥିତ ରବୀନ୍ଦ୍ରଙ୍କ ଅଫିସ ଆଗରେ ହଜାର ହଜାର ସମର୍ଥକ ମେଳି କରି ଅସନ୍ତୋଷ ଜାହିର କରିଛନ୍ତି।ସେମାନଙ୍କ କହିବା କଥା, ବାଲେଶ୍ୱର ସଦର ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ କୌଣସି ଟାଣୁଆ ନେତା କିମ୍ବା ନିଜେ ରବୀନ୍ଦ୍ର ଜେନା ନଚେତ ତାଙ୍କ ପତ୍ନୀଙ୍କୁ ଟିକଟ ନଦେଇ ନୂଆ ମୁହଁକୁ ଟିକେଟ୍ ଦେବା ଆଦୌ ଗ୍ରହଣୀୟ ନୁହେଁ। ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାନଗଲେ, ଅନେକ କର୍ମୀ ବିଜେଡି ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି ରବୀନ୍ଦ୍ରଙ୍କ ସମର୍ଥକ। ସେପଟେ ଅସନ୍ତୁଷ୍ଟ କର୍ମୀ ଏବଂ ସମର୍ଥକଙ୍କୁ ଧୈର୍ଯ୍ୟ  ଧରିବାକୁ କହିଛନ୍ତି ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ।

ଅନ୍ୟପକ୍ଷେ ବିଜେଡି ଟିକେଟ ପାଇଥିବା  ସ୍ୱରୂପ ସେ ପ୍ରାର୍ଥୀ ହେବେ ବୋଲି ଜାଣିନଥିବା କହିଛନ୍ତି । ତେବେ ବାଲେଶ୍ୱର ଆସନ ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଛିଣ୍ଡି ନଥିବାରୁ ବାଲେଶ୍ୱର ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷଙ୍କ ଭାଇ ସ୍ୱରୂପ ଦାସଙ୍କୁ ଟିକେଟ୍ ମିଳିଥିବା କୁହାଯାଉଛି।

The post ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ରବୀନ୍ଦ୍ରଙ୍କ ସମର୍ଥକ appeared first on OTV Khabar..



from OTV Khabar. https://ift.tt/3jX6Bcu
ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ରବୀନ୍ଦ୍ରଙ୍କ ସମର୍ଥକ Minati Mishra ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ରବୀନ୍ଦ୍ରଙ୍କ ସମର୍ଥକ Minati Mishra Reviewed by SUBHENDU BARAL on October 12, 2020 Rating: 5

No comments:

Powered by Blogger.