କୋଭିଡ୍ ହସ୍ପିଟାଲରେ ହେଉଛି ବାରମ୍ବାର ବିଜୁଳି କାଟ୍ : ଟ୍ୱିଟ୍ କରି ଅଭିଯୋଗ କଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ; ସ୍ୱାସ୍ଥ୍ୟ ବିଭାଗ, ଶକ୍ତି ବିଭାଗକୁ କଲେ ଦାୟୀ Kanak News

କନକ ବ୍ୟୁରୋ : କୋଭିଡ୍ ହସପିଟାଲରେ ପାୱାର କଟ୍ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । କରୋନାରେ ଆକ୍ରାନ୍ତ ହେବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବେ କଟକର ଅଶ୍ୱିନୀ କୋଭିଡ୍ ହସପିଟାଲରେ ଚିକତ୍ସିତ ହେଉଛନ୍ତି । ଗୋଟିଏ ଦିନରେ ୮-୯ ଥର ପାୱାର କଟ୍ ହୋଇଥିବା ନେଇ ଟ୍ୱିଟ୍ କରି ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ, ଶକ୍ତି ବିଭାଗ ଓ ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡଙ୍କୁ ସେ ଦାୟୀ କରିଛନ୍ତି ।
Heights of callousness of @HFWOdisha @EnergyOdisha @TPCentralOdisha. Uninterrupted power supply is a must to Covid centres to ensure continuous care to patients. I Being admitted to one of first COVID hospital “Ashwini Hospital” I have seen power cut 8-9 times a day. @CMO_Odisha
— Mohammed Moquim (@iammdmoquim) October 8, 2020
ଟ୍ୱିଟ୍ କରି ମହମ୍ମଦ ମୋକିମ୍ କହିଛନ୍ତି ଏମାନଙ୍କ ଦାୟିତ୍ୱହୀନତା ଯୋଗୁଁ ଏପରି ହେଉଛି । ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ପାଇଁ କୋଭିଡ୍ ହସପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବାକୁ ସେ ଦାବି କରିଛନ୍ତି । ସରକାର ସ୍ୱତନ୍ତ୍ର କଂଟ୍ରୋଲ ୟୁନିଟ୍ ସ୍ଥାପନ କରି ଏହା ଉପରେ ନଜର ରଖନ୍ତୁ ଏବଂ କୋଭିଡ୍ ହସପିଟାଲ୍, ସଙ୍ଗରୋଧ କେନ୍ଦ୍ର ଓ ଟେଷ୍ଟିଂ ଲ୍ୟାବ୍ଗୁଡିକୁ ୨୪ ଘଂଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।
from Kanak News https://ift.tt/3jNZ6V2 https://ift.tt/36L5tEU
Reviewed by SUBHENDU BARAL
on
October 08, 2020
Rating:
No comments: