ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପାଇଁ ଏକକ ପରୀକ୍ଷା: ସକାଳ ୧୦ଟାରୁ ୩ଟି ସିଫ୍ଟରେ ପରୀକ୍ଷା ହେବ; ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ Kanak News

କନକ ବ୍ୟୁରୋ: ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବାର ସମ୍ଭାବନା ରହିଛି। ପରୀକ୍ଷାର୍ଥୀ ntaneet.nic.in ଓ nta.ac.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ। ସାରା ଦେଶରେ ୧୪ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପାଖାପାଖି ୩୪ ହଜାର ପରୀକ୍ଷାର୍ଥୀ ଥିଲେ। ଏଥର ମଧ୍ୟ ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୭୭% ପରୀକ୍ଷାର୍ଥୀ ଇଂରାଜୀ ଭାଷାରେ ପରୀକ୍ଷା ଦେଇଥିବା ବେଳେ ହିନ୍ଦୀରେ ୧୨% ଓ ଅନ୍ୟାନ୍ୟ ଭାଷାରେ ୧୧% ଛତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଆ ଭାଷାରେ ୧%ରୁ କମ୍ ଛାତ୍ରଛାତ୍ରୀ ଥିଲେ। ଦେଶର ଏକ ଲକ୍ଷ ଏମବିବିଏସ୍ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି।
ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା
ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୨୨ ପର୍ଯ୍ୟନ୍ତ ୨୬ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୬୨ ହଜାର ୧୮୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ପ୍ରତି ବିଷୟର ପରୀକ୍ଷା ୯୦ ମିନିଟ୍ ଅବଧିର ହେବ ଏବଂ ପ୍ରତ୍ୟେକ ଦିନ ୩ଟି ସିଟିଙ୍ଗରେ ପରୀକ୍ଷା କରାଯିବ। ଓଏମଆର୍ ସିଟରେ ୭୦ଟି ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ। ପ୍ରତ୍ୟେକ ସିଟିଂ ମଧ୍ୟରେ ଏକ ଘଣ୍ଟାର ବ୍ୟବଧାନ ରହିବ। ଏହି ସମୟରେ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରିବାକୁ କୁହାଯାଇଛି। ପରୀକ୍ଷା ସମୟରେ ସାମାଜିକ ଦୂରତା ସହ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁପାଳନ କରିବାକୁ ସମସ୍ତ ୨୬ଟି ପରୀକ୍ଷା କେନ୍ଦ୍ରକୁ ନିର୍ଦେଶ ଦିଆଯାଇଛି। ପରୀକ୍ଷା ସରିବାର ୨ରୁ ୩ ସପ୍ତାହ ମଧ୍ୟରେ ମେଧା ତାଲିକା ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।
from Kanak News https://ift.tt/30WTpww https://ift.tt/371CFs5
Reviewed by SUBHENDU BARAL
on
October 11, 2020
Rating:
No comments: