ମିଠା ଦୋକାନୀଙ୍କୁ ହତ୍ୟା ଘଟଣା : ଜିଲ୍ଲା ବାହାରୁ ୨ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ସ୍ବାର୍ଡ, ହତ୍ୟାରେ ବ୍ୟବହୃତ ବାଇକ ଓ ଖଣ୍ଡା ଜବତ
ଭୁବନେଶ୍ୱର ୧୨।୧୦: ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ହତ୍ୟାକାରୀ । ଭୁବନେଶ୍ବର ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ତୁମୁଡିବନ୍ଧରୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡର ସ୍ବତନ୍ତ୍ର ଟିମ୍ । ହତ୍ୟାକାଣ୍ଡ ପରେ ଦୁଇ ଅଭିଯୁକ୍ତ ପ୍ରଥମେ ବ୍ରହ୍ମପୁର ଓ ପରେ ତୁମୁଡିବନ୍ଧ ପଳାଇଥିଲେ । ଧରାପଡିଥିବା ଦୁଇ ଅଭିଯୁକ୍ତ ଶ୍ରୀତିକ ବିଶ୍ବାଳ ଓ ଆଶୁତୋଷ ମହାନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିସନରେଟ ପୋଲିସ ।
ମୃତ ଶମ୍ଭୁ ପୁର୍ବରୁ ଦିଲ୍ଲୀପ ବେହେରାଙ୍କ ଠାରୁ ଘର ତିଆରି କରିବାକୁ କିଛି ଟଙ୍କା ଧାର ନେଇଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ବଦଳରେ ଶମ୍ଭୁ ଦିଲ୍ଲୀପଙ୍କୁ ଗାଳିଗୁଲଜ କରିଥିଲେ । ଏକଥା ଦିଲ୍ଲୀପର ପୁଅ ଜାଣିବା ପରେ ତାର ସାଙ୍ଗ ଶ୍ରୀତିକ ଓ ଆଶୁତୋସକୁ କହି ପାନେ ଦେବାପାଇଁ ଯୋଜନା କରିଥିଲେ । ଆଉ ଗତ ୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ହତ୍ୟାକାଣ୍ଡ ଘଟଣାରେ ପୁର୍ବରୁ କମିସନରେଟ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ରାଜା ବେହେରା କୋର୍ଟରେ ଆତ୍ମସମର୍ପଣ କରିସାରିଛି ।
from Prameya News7 https://ift.tt/36WQS9w

No comments: