ଧୋନିଙ୍କ ଝିଅ ଜିଭାଙ୍କୁ ସୋସିଆଲ୍ ମିଡିଆରେ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ନାବାଳକ କଚ୍ଛରୁ ଗିରଫ : ରାଞ୍ଚି ପୋଲିସକୁ କରାଯିବ ହସ୍ତାନ୍ତର
ଅହମଦାବାଦ ୧୨/୧୦: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଅଶ୍ଳୀଳ କମେଣ୍ଟ କରୁଥିବା ବ୍ୟକ୍ତିକୁ ଗୁଜୁରାଟର କଚ୍ଛ ଜିଲ୍ଲାରୁ ଗିରଫ କରାଯାଇଛି। କଚ୍ଛ ପୋଲିସର କହିବା ଅନୁସାରେ ଏହି ବ୍ୟକ୍ତି କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ଚେନ୍ନାଇ ସୁପର କିଙ୍ଗସକୁ ମିଳିଥିବା ପରାଜୟ ଯୋଗୁଁ ରାଗି ଯାଇଥିଲା। ସେହି ରାଗରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ୫ବର୍ଷ ବୟସର ଝିଅ ଜିବାଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ। ଗୁଜୁରାଟ ପୋଲିସ୍ ସୋସିଆଲ ମିଡିଆ ଆକ୍ଟ ଅନୁସାରେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଖୁବ୍ ଶୀଘ୍ର ତାକୁ ରାଞ୍ଚି ପୋଲିସ୍ ହେପାଜତରେ ହସ୍ତାନ୍ତର କରାଯିବ।
ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ ଯେ ଗିରଫ କରାଯାଇଥିବା ଅଭିଯୁକ୍ତ ଜଣେ ନାବାଳକ ଏବଂ ଦ୍ବାଦଶ ଶ୍ରେଣୀରେ ପଢ଼େ। ତାକୁ ମୁନ୍ଦ୍ରାର ନାମନା କପାୟା ଗାଁରୁ ଗିରଫ କରାଯାଇଛି।
ଗୁରୁବାର ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ IPL ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୧୬୭ରନ୍ କରିଥିଲା। ଏହା ପରେ ଚେନ୍ନାଇ ସୁପର କିଙ୍ଗସ୍ ୧୫୭ରନ୍ କରିଥିଲା ଏବଂ କୋଲକାତା ନାଇଟ ରାଇଡର୍ସକୁ ୧୦ରନର ବିଜୟ ହାସଲ ହୋଇଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନାବାଳକ ସୋସିଆଲ ସାଇଟରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଧମକ ଦେଇଥିଲା ଏବଂ ତାଙ୍କୁ ଅଶ୍ଳୀଳ କମେଣ୍ଟ ଦେଇଥିଲେ।
ସୋସିଆଲ ସାଇଟରେ ମିଳିଥିବା ଏହି ଧମକ ପରେ ରାଞ୍ଚି ପୋଲିସ୍ ମାମଲା ରୁଜୁ କରି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ରାଞ୍ଚି ସ୍ଥିତ ଫାର୍ମ ହାଉସର ସୁରକ୍ଷା ବଢ଼ାଇ ଦେଇଥିଲେ। ଏହି ଅଶ୍ଳୀଳ କମେଣ୍ଟ ପରେ ଖେଳ,ସିନେମା ଜଗତ ସମେତ ପୂରା ଦେଶରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।
ଅଭିନେତ୍ରୀ ନଗମା ଏହାର ନିନ୍ଦା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଥିଲେ ଯେ ଏ ଦେଶରେ କ’ଣ ହେଉଛି? ନଗମା ସୋସିଆଲ ମିଡିଆରେ ଲେଖିଥିଲେ ଯେ ଏକ ଦେଶ ଭାବରେ ଆମେ କେଉଁଠି ଛିଡ଼ା ହୋଇଛୁ? ଏହା ଅତ୍ୟନ୍ତ ଲଜ୍ଜାର ବିଷୟ ଯେ ଆଇପିଏଲରେ କେକେଆର ବିପକ୍ଷରେ ଚେନ୍ନାଇର ପରାଜୟ ପରେ ଲୋକେ ଧୋନିଙ୍କ ୫ବର୍ଷର ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଛନ୍ତି।
from Prameya News7 https://ift.tt/36Xv5yC

No comments: