କୋଇଲା ରୟାଲଟି ନିର୍ଦ୍ଧାରଣରେ ଅନିୟମିତତା : ରାଜକୋଷକୁ ୧୧୨ କୋଟିର କ୍ଷତି Kanak News

କନକ ବ୍ୟୁରୋ : ଉପ ଖଣିନିର୍ଦ୍ଦେଶକମାନେ କୋଇଲାର ରୟାଲଟି ହିସାବ ଠିକ୍ ଭାବେ କରିନାହାନ୍ତି । ଏଥିଯୋଗୁଁ ରାଜକୋଷକୁ ୧୧୨ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ଏହି ଭୁଲ ହିସାଜଜନିତ କ୍ଷତିକୁ ଧରିଛନ୍ତି। ବିଧାନସଭାରେ ଆଜି ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଛି ଖଣି ଓ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ଅଧିନିୟମ ୧୯୫୭ର ଧାରା ୯ ଅନୁସାରେ ଜଣେ ଲିଜ୍‌ଧାରୀ ନିଜ ଅଂଚଳରୁ କୌଣସି ଖଣିଜ ଦ୍ରବ୍ୟ ଅପସାରଣ କିମ୍ବା ଉପଯୋଗ କରୁଥିଲେ ଅଧିନିୟମର ଦ୍ବିତୀୟ ଅନୁସୂଚୀରେ ଧାର୍ଯ୍ୟ ହାରରେ ଉକ୍ତ ଖଣିଜ ଦ୍ରବ୍ୟ ବାବଦକୁ ରୟାଲଟି ବା ରାଜଭାଗ ପ୍ରଦାନ କରିବେ ।

କୋଇଲା ମନ୍ତ୍ରାଳୟର ୨୦୧୨ ମେ ୧୦ ଅଧିସୂଚନା ଅନୁସାରେ କୋଇଲା ବହନ ପତ୍ରରେ ଉଲ୍ଲିଖିତ ମୂଲ୍ୟ ଉପରେ କର, ଲେଭି ଓ ଅନ୍ୟାନ୍ୟ ଦେୟକୁ ଛାଡ଼ି ୧୪ ପ୍ରତିଶତ ରୟାଲଟି ଲାଗୁ ହେବ । ତେବେ କୋଲ ଇଣ୍ଡିଆ ଲିମିଟେଡର ୨୦୧୩ ଡିସେମ୍ବରର କୋଇଲା ମୂଲ୍ୟର ଅଧିସୂଚନା ଅନୁସାରେ ଯଦି କୋଇଲାର ସର୍ବୋଚ୍ଚ ମାପ ୧୦୦ ମିମି ପର୍ଯ୍ୟନ୍ତ ସୀମିତ କରାଯାଇଥାଏ ତେବେ କୋଇଲା ଉପରେ ପ୍ରଯୁଜ୍ୟ ମୂଲ୍ୟ ସହିତ ସାଇଜିଂ ବା ଆକାର ବାବଦରେ ଟନ୍ ପିଛା ୭୯ ଟଙ୍କା ମିଶାଯିବ। କିନ୍ତୁ ସାଇଜ୍ ହୋଇଥିବା କୋଇଲା ଉପରେ ଏହି ରୟାଲଟିକୁ ଖଣି ଉପନିର୍ଦ୍ଦେଶକମାନେ ହିସାବକୁ ନେଇନାହାନ୍ତି। ପୂର୍ବ ଅଡିଟ ଗୁଡ଼ିକରେ ଏହି ତ୍ରୁଟି ମଧ୍ୟ ଧରାଯାଇଥିଲା। ୨୦୧୭ ମେ’ରୁ ଅକ୍ଟୋବର ମଧ୍ୟରେ ୩ ଗୋଟି ଖଣି ମଣ୍ଡଳରେ ଅନୁରୂପ ଅନିୟମିତା ରହିଛି। ୨୦୧୬ ଏପ୍ରିଲରୁ ୨୦୧୭ ଫେବ୍ରୁଆରି ମଧ୍ୟରେ ସିଏଜି ଜାଣିବାକୁ ପାଇଛନ୍ତି ଯେ ଜଣେ ଲିଜ୍‌ଧାରୀ ତାଙ୍କ ୧୫ଟି କୋଇଲା ଖଣିରୁ ୧୦.୧୫ କୋଟି ଟନ୍‌ର କୋଇଲା, ଯାହାର ଆକାର ୧୦୦ ମିମିରୁ କମ୍‌, ବାହାରକୁ ପଠାଇଥି‌ଲା।

କିନ୍ତୁ ରୟାଲଟି ନିର୍ଦ୍ଧାରଣ ସମୟରେ ସଂପୃକ୍ତ ଖଣି ଉପନିର୍ଦ୍ଦେଶକ ସାଇଜିଂ ବା ଆକାର ଦେୟକୁ ରୟାଲଟି ହିସାବରେ ମିଶାଇନାହାନ୍ତି। କେବଳ ଖଣି ମୁହଁ କୋଇଲା ମୂଲ୍ୟ ଆକାରରେ ରୟାଲଟି ଆଦାୟ କରାଯାଇଛି। କୋଲ୍ ଇଣ୍ଡିଆ ଲିମିଟେଡ ଦ୍ବାରା ଅଧିସୂଚୀତ ସାଇଜିଂ ଦେୟ ଟନ୍‌ ପିଛା ୭୯ ଟଙ୍କା ଥିଲା। ଏହା ଉପରେ ସାଇଜିଂ ଦେୟ ୭୯ ଟଙ୍କାର ୧୪ ପ୍ରତିଶତ ଅର୍ଥାତ୍ ୧୧ ଟଙ୍କା ୬ ପଇସା ଆଦାୟ କରାଯିବାର ଥିଲା। କିନ୍ତୁ ଏହା କରାନଯିବା ଯୋଗୁ ରାଜକୋଷକୁ ୧୧୨ କୋଟି ୨୬ ଲକ୍ଷ ଟଙ୍କାର କ୍ଷତି ହୋଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। ତେବେ ସରକାର ଏହାର ଉତ୍ତରରେ କହିଛନ୍ତି, ୧୫ ଗୋଟି ମାମଲାରେ ୧୧୨ କୋଟି ୨୬ ଲକ୍ଷ ଟଙ୍କାର ଦାବି ଉପସ୍ଥାପନ କରାଯାଇଛି। ଏହାମଧ୍ୟରୁ ୬୧.୨୩ କୋଟି ଦାବି ସମ୍ବଳିତ ୭ଟି ମାମଲାର ପଟ୍ଟାଧାରୀମାନେ କେନ୍ଦ୍ର କୋଇଲା ମନ୍ତ୍ରାଳୟର ପୁନଃ ନିରୀକ୍ଷଣ କର୍ତ୍ତୃପକ୍ଷ ଅର୍ଥାତ୍ ଅନୁସଚିବଙ୍କ ଠାରେ ଉକ୍ତ ଦାବିଗୁଡ଼ିକର ପ୍ରତିବାଦରେ ଆବେଦନ କରି ସ୍ଥଗିତାଦେଶ ହାସଲ କରିଛନ୍ତି। ଅବଶିଷ୍ଟ ୮ଟି ମାମଲାରେ ଦାବି ପରିମାଣ ଆଦାୟ ଉପରେ ପଦକ୍ଷେପ ନେବାକୁ ଓଡ଼ିଶା ଖଣି ନିର୍ଦ୍ଦେଶକ ୨୦୧୮ ନଭେମ୍ବରରେ ଆଦେଶ ଜାରି କରିଛନ୍ତି।



from Kanak News https://ift.tt/3iwYGRu https://ift.tt/3d6YzLo
କୋଇଲା ରୟାଲଟି ନିର୍ଦ୍ଧାରଣରେ ଅନିୟମିତତା : ରାଜକୋଷକୁ ୧୧୨ କୋଟିର କ୍ଷତି Kanak News କୋଇଲା ରୟାଲଟି ନିର୍ଦ୍ଧାରଣରେ ଅନିୟମିତତା : ରାଜକୋଷକୁ ୧୧୨ କୋଟିର କ୍ଷତି Kanak News Reviewed by SUBHENDU BARAL on October 06, 2020 Rating: 5

No comments:

Powered by Blogger.