ଜଣାପଡ଼ିବ ରାଜଧାନୀ କେବେ ନିୟନ୍ତ୍ରଣକୁ ଆସିବ : ଚଳିତ ସପ୍ତାହରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ Kanak News

କନକ ବ୍ୟୁରୋ : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୪ଦିନ ହେଲା ୨୫୦ରୁ ୩୦୦ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ସର୍ବାଧିକ ରହୁଥିବାରୁ ପ୍ରଶାସନର ଚିନ୍ତାର ବିଷୟ ପାଲଟିଛି। କେବେ କରୋନା ନିୟନ୍ତ୍ରଣକୁ ଆସିବ, କେବେ ଭୁବନେଶ୍ୱର କରୋନା ମୁକ୍ତ ହେବ ସେନେଇ ସମସ୍ତଙ୍କର ପ୍ରଶ୍ନ।

କରୋନା ସଂକ୍ରମଣ ନିୟନ୍ତ୍ରଣକୁ କେବେ ଆସିପାରିବ, ପ୍ରକୃତରେ କେତେ ଲୋକ କରୋନା ଆକ୍ରାନ୍ତ ହେଲେଣି, ବିନା ଚିକିତ୍ସାରେ କେତେ ଲୋକ କରୋନାରୁ ସୁସ୍ଥ ହୋଇଗଲେଣି ତାହା ଜାଣିବା ପାଇଁ ଆର୍‌ଏମ୍‌ଆର୍‌ସି ପକ୍ଷରୁ ସେରାରୋଲୋଜିକାଲ୍‌ ସର୍ଭେ କରାଯାଉଛି। ରାଜଧାନୀରେ ଦୁଇ ପର୍ଯ୍ୟାୟ ସର୍ଭେ ସରିଥିଲେ ହେଁ କରୋନା କେବେ ନିୟନ୍ତ୍ରଣକୁ ଆସିବ ସେନେଇ କିଛି ସ୍ପଷ୍ଟ ଚିତ୍ର ମିଳିନଥିଲା। ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଭୁବନେଶ୍ୱରର ପ୍ରକୃତ ଚିତ୍ର ଜାଣିବା ପାଇଁ ଆର୍‌ଏମ୍‌ଆର୍‌ସି ପକ୍ଷରୁ ଚଳିତ ସପ୍ତାହରୁ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ।

ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ କହିବାନୁଯାୟୀ, ଚଳିତ ସପ୍ତାହରୁ ସେରୋ ସର୍ଭେ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିରେ ପ୍ରାୟ ୧୫୦୦ଜଣ ସାଧାରଣ ଲୋକ ଏବଂ ୫୦୦ରୁ ୮୦୦ଜଣ ଅତି ସମ୍ବେଦନଶୀଳ ବର୍ଗର ଲୋକଙ୍କର ନମୁନା ସଂଗ୍ରହ ହେବ। ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଲୋକଙ୍କର ନମୁନା ସଂଗ୍ରହ ହେବ। ଏହାଦ୍ୱାରା କେତେ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି ଜଣାପଡ଼ିଯିବ।

ଆଣ୍ଟିବଡି ବିକଶିତ ହୋଇଥିବା ଲୋକଙ୍କ ତଥ୍ୟରୁ କେତେ ଜଣ କରୋନା ଆକ୍ରାନ୍ତ ହେଲେଣି ତାହା ଜଣାପଡ଼ିବ। ଏହାସହ କେତେ ଲୋକ ବିନା ଚିକିତ୍ସାରେ ସୁସ୍ଥ ହୋଇଛନ୍ତି ତାହା ମଧ୍ୟ ଜଣାପଡ଼ିଯିବ। ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିଲେ ଖୁବ୍‌ ଶୀଘ୍ର କରୋନା ନିୟନ୍ତ୍ରଣକୁ ଆସିପାରିବ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଆର୍‌ଏମ୍‌ଆର୍‌ସି ପକ୍ଷରୁ ଜୁଲାଇ ମାସରେ ସେରୋ ସର୍ଭେ ହୋଇଥିବାବେଳେ ଏଥିରେ ୧.୪୨% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି ବୋଲି ଜଣାପଡ଼ିଥିଲା। ଏଥିରେ ମେ’ ଓ ଜୁନ୍‌ ମାସରେ କରୋନା ଆକ୍ରାନ୍ତ ହୋଇଥିବା ଲୋକଙ୍କ ବିଷୟରେ ଜଣାପଡ଼ିଥିଲା।

ସେହିପରି ଅଗଷ୍ଟ ମାସରେ ହୋଇଥିବା ସେରୋ ସର୍ଭେରେ ଜୁଲାଇ ମାସ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଥିବା ଲୋକଙ୍କ ବିଷୟରେ ଜଣାପଡ଼ିଥିଲା। ଏଥିରେ ୫% ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇଥିଲା। କିନ୍ତୁ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୨୫ହଜାରରୁ ଅଧିକ କରୋନା ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହେଲେଣି। ଜଣେ କରୋନା ଆକ୍ରାନ୍ତଙ୍କ ଦେହରେ ଆଣ୍ଟିବଡି ବିକଶିତ ହେବା ପାଇଁ ତିନିରୁ ଚାରି ସପ୍ତାହ ଲାଗୁଥିବାରୁ ବର୍ତ୍ତମାନର ସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଯାଇଥିବ ବୋଲି ଅନୁମାନ କରାଯାଉଛି।



from Kanak News https://ift.tt/314kb67 https://ift.tt/33pK7JT
ଜଣାପଡ଼ିବ ରାଜଧାନୀ କେବେ ନିୟନ୍ତ୍ରଣକୁ ଆସିବ : ଚଳିତ ସପ୍ତାହରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ Kanak News ଜଣାପଡ଼ିବ ରାଜଧାନୀ କେବେ ନିୟନ୍ତ୍ରଣକୁ ଆସିବ : ଚଳିତ ସପ୍ତାହରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ Kanak News Reviewed by SUBHENDU BARAL on October 14, 2020 Rating: 5

No comments:

Powered by Blogger.