ଦଶହରା ପାଇଁ ଆରପିଏଫ୍‌ ଜାରି କଲା ନିର୍ଦେଶାବଳୀ : ଛେପ ପକାଇଲେ ଗଣିବେ ତଣ୍ଡ Kanak News

କନକ ବ୍ୟୁରୋ : ଦଶହରାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତ‌ା ଅକ୍ଟୋବର ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ୧୯୬ ଯୋଡ଼ା ତଥା ୩୯୨ଟି ‘ଫେଷ୍ଟିଭାଲ୍‌ ସ୍ପେସାଲ’ ଟ୍ରେନ୍‌ ଚଳାଚଳ କରିବ। ସେଥିମଧ୍ୟରୁ ପୂର୍ବତଟ ରେଳପଥରେ ୫୨ଟି ଟ୍ରେନ୍‌ ଚାଲିବ। ଏହି ଫେଷ୍ଟିଭାଲ୍‌ ସ୍ପେସାଲ ଟ୍ରେନ୍‌ ପାଇଁ ଯାତ୍ରୀ ଭଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ଉଦ୍ଦିଷ୍ଟ ଭଡ଼ା ଆଧାରରେ ‌ହେବ। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ତାହାକୁ ଦୃଷ୍ଟିରେ ରଖି ଆରପିଏଫ୍‌(ରେଲୱେ ସୁରକ୍ଷା ବଳ) ପକ୍ଷରୁ ଆଜି ନିର୍ଦେଶାବଳୀ ଜାରି କରାଯାଇଛି। କରୋନା କଟକଣା ଭିତରେ ଯାତ୍ରୀଙ୍କୁ ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ଯିବାକୁ ପଡ଼ିବ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତା ରକ୍ଷା କରୁ ନ ଥିବା, କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ମଧ୍ୟ ଷ୍ଟେସନ କିମ୍ବା ଟ୍ରେନ୍‌ରେ ଯାତ୍ରା କରୁଥିବା, କରୋନା ଭୂତାଣୁ ଯାଞ୍ଚ ଲାଗି ନମୁନା ଦେଇ ରିପୋର୍ଟକୁ ଅପେକ୍ଷାରେ ଥିବା ଯାତ୍ରୀ ଯଦି ରେଲୱେ ଅଞ୍ଚଳ, ଷ୍ଟେସନ ତଥା ଟ୍ରେନ୍‌ରେ ଯାତ୍ରା କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହାବ୍ୟତୀତ ରେଲୱେ ଷ୍ଟେସନରେ ସ୍ୱାସ୍ଥ୍ୟ ଯାଂଚ୍ ଟିମ ଦ୍ୱାରା ବାରଣ ପରେ ମଧ୍ୟ ଯଦି ଟ୍ରେନ୍‌ରେ ଯାତ୍ରା କରିବେ, ସର୍ବସାଧାରଣ ସ୍ଥାନରେ ଯଦି ଛେପ କିମ୍ବା ଶରୀରର ଝାଳ, ଲାଳ ପକ‌ାଇବେ, ରେଲୱେ ଷ୍ଟେସନ ଓ ଟ୍ରେନ୍‌କୁ ଅପରିଷ୍କାର କରିବା, କରୋନା ସଂକ୍ରମଣ ବଢ଼ାଉଥିବା ଯଦି କୌଣସି କାର୍ଯ୍ୟକଳାପ କରିବେ ତେବେ‌ ‌ରେଲୱେ ଆଇନ ୧୯୮୯ର ସେକ୍ସନ ୧୪୫, ୧୫୩ ଓ ୧୫୪ ଅନୁଯାୟୀ ଜରିମାନା ଆଦାୟ ସହ ଜେଲ୍‌ ଦଣ୍ଡ ହେବାର ସମ୍ଭାବନା ରହିଛି। ଯାତ୍ରୀମାନେ ଯାତ୍ରା କରିବା ସମୟରେ ଏଥିପ୍ରତି ଦୃଷ୍ଟି ଦେବାକୁ ଆରପିଏଫ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି।



from Kanak News https://ift.tt/37k9XTt https://ift.tt/327lhzJ
ଦଶହରା ପାଇଁ ଆରପିଏଫ୍‌ ଜାରି କଲା ନିର୍ଦେଶାବଳୀ : ଛେପ ପକାଇଲେ ଗଣିବେ ତଣ୍ଡ Kanak News ଦଶହରା ପାଇଁ ଆରପିଏଫ୍‌ ଜାରି କଲା ନିର୍ଦେଶାବଳୀ : ଛେପ ପକାଇଲେ ଗଣିବେ ତଣ୍ଡ Kanak News Reviewed by SUBHENDU BARAL on October 14, 2020 Rating: 5

No comments:

Powered by Blogger.