ସ୍ୱଦେଶୀ ଟିକା ‘କୋଭାକ୍ସିନ’କୁ ମିଳିଲା ସବୁଜ ସଙ୍କେତ: ଭାରତ ବାୟୋଟେକ ତିଆରି କରୁଥିବା ଟିକାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମିତ ଦେଲା ଡିସିଏଆଇ Kanak News
କନକ ବ୍ୟୁରୋ: ଦେଶୀ ଟିକାକୁ ମିଳିଲା ସବୁଜ ସଙ୍କେତ । ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରୁଥିବା କୋଭାକ୍ସିନ ଟିକାକୁ ମିଳିଛି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅନୁମତି । ଡ୍ରଗ କଂଟ୍ରୋଲ ଅଥରିଟି ଅଫ ଇଣ୍ଡିଆ ଏହି ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି । ଗତ ତିନି ମାସ ତଳେ ଜୁଲାଇ ମାସରେ ଭାରତ ବାୟୋଟେକ୍ ଇଣ୍ଡିଆ ଲିମିଟେଡ୍କୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା ।
ତେବେ କୋଭାକ୍ସିନ ଟିକାକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିବା ପରେ ଆସନ୍ତା ମାସରୁ ଏହାର ପରୀକ୍ଷଣ ଆରମ୍ଭ ହେବା ସମ୍ଭାବନା ରହିଛି । ଗତ ମଙ୍ଗଳବାର ଦିନ ସମୀକ୍ଷା କମିଟି ଏହି ଟିକାର ପରୀକ୍ଷଣ ପ୍ରକ୍ରିୟାର ସମୀକ୍ଷା କରିବା ପରେ କିଛି ପରିବର୍ତନ ସହ ଏହି ଅନୁମତି ଦେଇଛନ୍ତି । କୋଭାକ୍ସିନ ଟିକା ହେଉଛି ପ୍ରଥମ ସ୍ୱଦେଶୀ ଟିକା । ଏହାର ପ୍ରସ୍ତୁତ କରୁଛି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଇଣ୍ଡିଆ ଲିମିଟେଡ । ଏଥିରେ ସହାୟତା ଯୋଗାଉଛନ୍ତି ଦେଶର ପ୍ରମୁଖ ଭେଷଜ ସଂସ୍ଥା- ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି ।
from Kanak News https://ift.tt/35iH7jm https://ift.tt/3joIphM
No comments: