ଦୁର୍ଗା ପୂଜା ପେଣ୍ଡାଲରେ ଲାଗିଲା ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି, ଜାଣନ୍ତୁ ଟ୍ବିଟ୍‌ କରି କ’ଣ କହିଲେ

କଲିକତା ୨୨/୧୦: ଲକଡାଉନ ଓ କରୋନା କାଳରେ ପ୍ରବାସୀ ଶ୍ରମିକଙ୍କୁ ସେ ଯେଉଁ ଭଳି ଭାବେ ସାହାଯ୍ୟର ହାତ ବଢ଼ାଇଛନ୍ତି ତାଙ୍କର ପ୍ରଶଂସା ଚାରିଆଡେ କରାଯାଉଛି। ତେବେ ଏବେ ସୋନୁ ସୁଦ କଲିକତା ଦୁର୍ଗା ପୂଜା ପେଣ୍ଡାଲର ଥିମ ହୋଇଛନ୍ତି। ତାଙ୍କୁ ପୂଜା ପେଣ୍ଡାଲରେ ସାମିଲ କରାଯାଇଛି।

କଲିକତାର ଏକ ଦୁର୍ଗା ପୂଜା ସମିତି ଲକଡାଉନ ସମୟରେ ପ୍ରବାସି ଶ୍ରମିକଙ୍କ କଠିନତାକୁ ଥିମ୍ ଭାବେ ବାଛିଛନ୍ତି। ଲକଡାଉନରେ ପ୍ରବାସୀଙ୍କ ସାହାଯ୍ୟ କରିଥିବାରୁ ତାଙ୍କୁ ସମିତି ସମ୍ମାନିତ କରିଛି। ତାଙ୍କୁ ସମ୍ମାନ ତଥା ସମ୍ମାନିତ କରିବା ଉଦ୍ଦେଶ୍ୟରେ ତାଙ୍କ ମୂର୍ତି ସ୍ଥାପନ କରିଛନ୍ତି। ଲୋକ ତାଙ୍କ ଠାରୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ପ୍ରେରଣା ପାଇବା ପାଇଁ ତାଙ୍କ ମୂର୍ତି ସ୍ଥାପନା କରାଯାଇଥିବା ସମିତି ପକ୍ଷରୁ କୁହାଯାଇଛି।

https://twitter.com/SonuSood/status/1318908736576966657

ତେ​‌ବେ ପୂଜା ମଣ୍ଡପରେ ତାଙ୍କ ମୂର୍ତି ସାମିଲ ହେବା ପରେ ଟ୍ବିଟ ସୋନୁ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଏବେ ସୁଦ୍ଧା ଏହା ତାଙ୍କ ପାଇଁ ସବୁଠୁ ବଡ଼ ପୁରସ୍କାର। ଏହା ବାଦ୍ ସେ ଅନ୍ୟ ଏକ ଟ୍ବିଟରେ କହିଛନ୍ତି ଜୀବନର ମୂଳଧନ କେବଳ ହାତେଇବା ନୁହେଁ ବାଣ୍ଟିବା ମଧ୍ୟ। ଏବେ ବି ଦେଶର ବିଭିନ୍ନ ଇଲାକାରେ ରହୁଥିବା ଲୋକଙ୍କୁ ସେ ସାହାଯ୍ୟ କରୁଛନ୍ତି। କିଛି ଦିନ ତଳେ ସେ ବିହାରର ଏକ ଚାଷୀ ପରିବାରକୁ ମଇଁଷି, ଟ୍ରାକ୍ଟର ଦେବା ସହ ଗାଜିଆବାଦର ଜଣେ ଯବୁତୀଙ୍କ ଚିକିତ୍ସା କରିଥିଲେ।



from Prameya News7 https://ift.tt/37vhUoA
ଦୁର୍ଗା ପୂଜା ପେଣ୍ଡାଲରେ ଲାଗିଲା ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି, ଜାଣନ୍ତୁ ଟ୍ବିଟ୍‌ କରି କ’ଣ କହିଲେ ଦୁର୍ଗା ପୂଜା ପେଣ୍ଡାଲରେ ଲାଗିଲା ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି, ଜାଣନ୍ତୁ ଟ୍ବିଟ୍‌ କରି କ’ଣ କହିଲେ Reviewed by SUBHENDU BARAL on October 21, 2020 Rating: 5

No comments:

Powered by Blogger.