୧୨ରୁ ଓଜେଇଇ, ୫ରୁ ମିଳିବ ଆଡମିଟ୍ କାର୍ଡ; ପରୀକ୍ଷା ଦେବେ ୮୦ ହଜାର ଛାତ୍ରଛାତ୍ରୀ; ଏକାଧିକ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି Kanak News

କନକ ବ୍ୟୁରୋ: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରିଚାଳନା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଓଡ଼ିଶାର ବିଭିନ୍ନ ସହର ସମେତ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବ୍ୟାପକ ସତର୍କତା ମଧ୍ୟରେ ପରୀକ୍ଷା କରାଯିବ। ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯିବା ସହ ଏଥର ୩ଟି ସିଟିଂରେ ପରୀକ୍ଷା କରିବାକୁ ଓଜେଇଇ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ତୃତୀୟ ସିଟିଂରେ ପରୀକ୍ଷା କରାଯିବ। ଲାଟେରାଲ ଏଣ୍ଟ୍ରି ଏକ୍ନୋଲୋଜି(ଡିପ୍ଲୋମା) ପରୀକ୍ଷା ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ୬ଟି ସିଟିଂରେ ଅନୁଷ୍ଠିତ ହେବ। ୧୪ ତାରିଖରେ ପ୍ରଥମ ଦୁଇଟି ସିଟିଂରେ ଏମ୍ସିଏ ପରୀକ୍ଷା ହେବାକୁ ଥିବା ବେଳେ ବାକି ଗୋଟିଏ ସିଟିଂ ଓ ୧୫ ତାରିଖର ୩ଟି ଯାକ ସିଟିଂରେ ବି. ଫାର୍ମା ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୧୬ ତାରିଖ ପ୍ରଥମ ସିଟିଂରେ ଏମ୍.ଟେକ୍, ଦ୍ବିତୀୟ ସିଟିଂରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ ତୃତୀୟ ସିଟିଂରେ ଏମ୍ ଆର୍କିଟେକ୍/ଏମ୍ ପ୍ଲାନ୍/ଏମ୍ ଫାର୍ମା/ଲାଟେରାଲ ଏଣ୍ଟ୍ରି ଫାର୍ମା/ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ବିଏସ୍ସି) ପରୀକ୍ଷା ଅନୁଷ୍ଠିତ ହେବ। ୧୭ ତାରିଖରେ ୩ଟି ସିଟିଂରେ ଏମ୍ବିଏ ପରୀକ୍ଷା ହେବାକୁ ଥିବା ୧୯ ତାରିଖରେ ବି.ଟେକ୍ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ହେବ।

ପରୀକ୍ଷା ଲାଗି ଆସନ୍ତା ୫ ତାରିଖଠାରୁ ଓଜେଇଇ ୱେବସାଇଟ୍ www.ojee.nic.in ରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ଆଇଡି ଓ ପାସ୍ୱାର୍ଡ ଦେଇ ଛାତ୍ରଛାତ୍ରୀ ସେଠାରୁ ନିଜର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି ଯେ ଏଥର ରେକର୍ଡ ସଂଖ୍ୟକ ୭୯ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ତାହାକୁ ଦୃଷ୍ଟିରେ ରଖି ଏଥର ଏକାଧିକ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି।



from Kanak News https://ift.tt/3n6xTyW https://ift.tt/30rnRP5
୧୨ରୁ ଓଜେଇଇ, ୫ରୁ ମିଳିବ ଆଡମିଟ୍ କାର୍ଡ; ପରୀକ୍ଷା ଦେବେ ୮୦ ହଜାର ଛାତ୍ରଛାତ୍ରୀ; ଏକାଧିକ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି Kanak News ୧୨ରୁ ଓଜେଇଇ, ୫ରୁ ମିଳିବ ଆଡମିଟ୍ କାର୍ଡ; ପରୀକ୍ଷା ଦେବେ ୮୦ ହଜାର ଛାତ୍ରଛାତ୍ରୀ; ଏକାଧିକ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି Kanak News Reviewed by SUBHENDU BARAL on October 01, 2020 Rating: 5

No comments:

Powered by Blogger.