
କନକ ବ୍ୟୁରୋ : ଦୀର୍ଘ ୭ମାସ ପରେ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆଜି କରୋନା କଟକଣା ମଧ୍ୟରେ ଖୋଲାଯାଇଛି। ପ୍ରଥମ ଦିନରେ ଭିତରକନିକାକୁ ୧୩ଜଣ ପର୍ଯ୍ୟଟକ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ୬ଜଣ ପର୍ଯ୍ୟଟକ ଡାଙ୍ଗମାଳଠାରେ ଥିବା ଚିତଲ କଟେଜର ୨ଟି ରୁମ୍ ବୁକ୍ କରିଛନ୍ତି। ସେହିପରି କେନ୍ଦ୍ରାପଡ଼ାର ୭ଜଣ ପର୍ଯ୍ୟଟକ ହେରେନ କଟେଜର ୩ଟି ରୁମ୍ ବୁକିଂ କରି ରହିଛନ୍ତି।
ଚିତଲ କଟେଜ ରୁମ ପିଛା ୫ହଜାର ୮୦୦ ଏବଂ ହେରେନ କଟେଜ ପାଇଁ ରୁମ୍ ପିଛା ୬ହଜାର ୩୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କ ପାଇଁ ୭ମାସ ପରେ ଭିତରକନିକା ଖୋଲାଯିବା ପରେ ରୁମ୍ଗୁଡ଼ିକ ବିଶୋଧନ କରାଯାଇଛି। ସେହିପରି ପର୍ଯ୍ୟଟକମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଭିତରକନିକାକୁ କେବଳ ରାତ୍ରିଯାପନ ପାଇଁ କଟେଜ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଆସିବା ଓ ରହିବା ପାଇଁ ଅନୁମତି ଦିଆଯାଇଛି। ଦିନରେ ଆସି ବୁଲି ଫେରି ଯାଉଥିବା ପର୍ଯ୍ୟଟକଙ୍କୁ ଭିତରକନିକାକୁ ଆସିବା ଉପରେ କଟକଣା ଜାରି ରହିଛି।
from Kanak News https://ift.tt/3jmqd9F https://ift.tt/3jljFb6
No comments: