ବେଧଡ଼କ ଚାଲିଥିଲା ଚୋରା କାଠ କାରବାର : ଏକସାଙ୍ଗେ ଚଢାଉ କଲା ବନବିଭାଗ, ବିପୁଳ ପରିମାଣର କାଠ ସହ ଅନେକ ସାମଗ୍ରୀ ଜବତ

ପଦ୍ମପୁର ୦୪।୧୦: ବେଧଡ଼କ ଚାଲିଥିଲା ଚୋରା କାଠ କାରବାର । ଖବର ପାଇ ଚଢାଉ କଲା ବନବିଭାଗ , ଏବଂ ବିପୁଳ ପରିମାଣର କାଠ ଜବତ କରିଛି ବନବିଭାଗ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଁଏଲାଭଟା ଗାଁରେ ଘଟିଛି ଘଟଣା ।

କିଛି ଦିନ ପୂର୍ବରୁ ବିପୁଳ ପରିମାଣର ଚୋରା କାଠ କାରବାର ହେଉଥିବା ଖବର ପାଇଥିଲା ବନବିଭାଗ । ଖବର ମିଳିବା ପରେ ପାଇକମାଲ , ପଦ୍ମପୁର ଓ ଗାଇସିଲେଟର ବନବିଭାଗ ଏକ ଟିମ୍‌ ଗଠନ କରି ଚଢାଉ କରିଥିଲା । ଏହି ଚଢାଉ ସମୟରେ ସେଠାରେ ଗଛ କାଟିବା ପାଇଁ କରତକଳ ମଧ୍ୟ ତିଆରି କରିଥିଲା କାଠମାଫିଆ ।  

ଚୋରାରେ ମୂଲ୍ୟବାନ  ଗଛ କାଟି ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିଲେ କାଠ ମାଫିଆ  । ବନବିଭାଗର ଏହି ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ଜବତ କରିବା ସହ ୨ଟି ବାଇକ , କାଠ କଟା ପାଇଁ ବ୍ୟାବହୃତ ମେସିନ ଓ ଗୋଟିଏ ଟ୍ରାକ୍ଟର ଜବତ କରିଛି ବନବିଭାଗ । ତେବେ ଜବତ ହୋଇଥିବା କାଠ ମଧ୍ୟରେ ଶାଗୁଆନି କାଠ ଥିବା ସୂଚନା ରହିଛି ।



from Prameya News7 https://ift.tt/3jx798s
ବେଧଡ଼କ ଚାଲିଥିଲା ଚୋରା କାଠ କାରବାର : ଏକସାଙ୍ଗେ ଚଢାଉ କଲା ବନବିଭାଗ, ବିପୁଳ ପରିମାଣର କାଠ ସହ ଅନେକ ସାମଗ୍ରୀ ଜବତ ବେଧଡ଼କ ଚାଲିଥିଲା ଚୋରା କାଠ କାରବାର : ଏକସାଙ୍ଗେ ଚଢାଉ କଲା ବନବିଭାଗ, ବିପୁଳ ପରିମାଣର କାଠ ସହ ଅନେକ ସାମଗ୍ରୀ ଜବତ Reviewed by SUBHENDU BARAL on October 03, 2020 Rating: 5

No comments:

Powered by Blogger.