ରାତିରେ ଖାଇ ଶୋଇବାକୁ ଯାଇଥିଲେ ଜିତୁ, କିନ୍ତୁ ସକାଳୁ ବାଡ଼ି ଗଛରେ ଝୁଲୁଛି ମୃତଦେହ…

ଆଠମଲ୍ଲିକ ୦୪।୧୦: ଆଠମଲ୍ଲିକ NAC ଅନ୍ତର୍ଗତ ଟାଗିଆନିସା ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟାଗିଆନିଆସ ବସ୍ତିର ଜିତୁ ନାୟକ ନିଜ ବାଡ଼ିରେ ବରକୋଳି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

ଶନିବାର ଦିନ ରାତିରେ ଖାଇ ଶାଇ ଶୋଇବାକୁ ଯାଇଥିଲେ ଜିତୁ । ଘରେ କୌଣସି ପ୍ରକାର ପାଟିତୁଣ୍ଡ କି ଝଗଡ଼ା ହୋଇନାହିଁ । କିନ୍ତୁ ସକାଳ ସମୟରେ ନିଜ ବାଡ଼ିରେ ଥିବା ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଗଛରେ ମୃତଦେହ ଝୁଲୁଥିବାର ପ୍ରଥମେ ଜିତୁଙ୍କ ପୁଅ ଶ୍ରୀତମ ଦେଖିଥିଲେ ।

ତେବେ ମିଳିଥିବା ଖବର ଅନୁଯାୟୀ, ଜିତୁ ନାୟକ ପ୍ରଥମେ ମୂଲଲାଗି କାମ କରୁଥିଲା । କିନ୍ତୁ କରୋନା ଜନିତ ଲକଡାଉନ ପର ଠାରୁ ମୁଲ ନମିଳିବାରୁ ଘରେ ଏକ ସିଲେଇ ମେସିନ ରଖି ସିଲେଇ କାମ କରୁଥିଲା । ଜିତୁ ନାୟକର ପରିବାର ଏବେ କିଛି କହିବା ପରିସ୍ଥିତିରେ ନଥିବାରୁ ଅଧିକ କିଛି ତଥ୍ୟ ହସ୍ତଗତ ହୋଇନାହିଁ । ସେପଟେ ସ୍ଥାନୀୟଲୋକଙ୍କ ଅନୁଯାୟୀ, ଗତକିଛି ଦିନ ହେଲା ସେ ଘରୁ ବାହାରୁ ନଥିଲେ । ଆର୍ଥିକ ଅବସ୍ଥା ଖରାପ ଥିବାର ଜିତୁ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ ମଧ୍ୟ କରୁଛନ୍ତି ।



from Prameya News7 https://ift.tt/2SrjnDI
ରାତିରେ ଖାଇ ଶୋଇବାକୁ ଯାଇଥିଲେ ଜିତୁ, କିନ୍ତୁ ସକାଳୁ ବାଡ଼ି ଗଛରେ ଝୁଲୁଛି ମୃତଦେହ… ରାତିରେ ଖାଇ ଶୋଇବାକୁ ଯାଇଥିଲେ ଜିତୁ, କିନ୍ତୁ ସକାଳୁ ବାଡ଼ି ଗଛରେ ଝୁଲୁଛି ମୃତଦେହ… Reviewed by SUBHENDU BARAL on October 03, 2020 Rating: 5

No comments:

Powered by Blogger.