ନୂଆଦିଲ୍ଲୀ ୧୯।୧୦: ଇଣ୍ଡିଆ ଟୁଡେ ପ୍ରକାଶ କରିଥିବା ଦେଶର ଟପ୍ ଟେନ୍ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ଓଡ଼ିଆ। ବଡ଼ କଥା ହେଉଛି ସବୁଠାରୁ ଟପରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ରହିଛନ୍ତି।
କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଷ୍ପତ୍ତି ନେବାରେ ପି.କେ ମିଶ୍ରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଯାହାକୁ ଦେଖି ଦେଶର ଟପ୍ ଟେନ୍ ପ୍ରଶାସକଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ପି.କେ ମିଶ୍ର, ଯେତେବେଳେ କି ଦ୍ବିତୀୟ ସ୍ଥାନରେ ରହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ ହେଉ କିମ୍ବା ଚୀନ ସହିତ ଟକ୍କର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ଆଗରେ ରହିଥାନ୍ତି ଅଜିତ ଡୋଭାଲ ।
ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କରୋନା ଲକଡାଉନ ଓ ଆର୍ଥିକ ମାନ୍ଦାବସ୍ଥା ସମୟରେ ଆରବିଆଇର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଶକ୍ତକାନ୍ତ ଦାସ । ସେହିପରି ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ଆଉ ଜଣେ ଓଡ଼ିଆ । ସେ ହେଲେ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଏବଂ ସିଏଜି ଜି ସି ମୁର୍ମୁ। ସିଏଜି ହିସାବରେ ଦେଶରେ କେଉଁଠି ଦୁର୍ନୀତି ବା ଅନିୟମିତତା ରହିଛି ତାହା ଧରିବାରେ ସିଏଜିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
from Prameya News7 https://ift.tt/2T7pQ7a

No comments: