ବ୍ରହ୍ମପୁର ୧୯।୧୦: ସମ୍ଭାବ୍ୟ ବର୍ଷାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳ ସବୁ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ନଦୀ ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ ରହିବାକୁ ସଚେତନ କରାଯାଇଛି।
ବ୍ରହ୍ମପୁର ସହରର ତଳି ଅଞ୍ଚଳ ଗୁଡିକ ପ୍ରତି ସ୍ବତନ୍ତ୍ର ନଜର ରଖାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ସେମାନଙ୍କୁ ପକ୍କା ସ୍ଥାନକୁ ସ୍ଥାନାନ୍ତରିତ କରାଯିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ସହରର ୪୦ଟି ୱାର୍ଡରେ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି । ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ତିନି ଦିନ ଧରି ଲଗାଣ ବର୍ଷା ହୋଇଥିଲା। କେଉଁଠି ପୋଲ ଭାଙ୍ଗି ୟୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ତ ଆଉ କେଉଁଠି ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଥିଲା । ଏଥି ସହିତ ଚାଷ ଜମିରେ ପାଣି ଜମି ଏକର ଏକର ଜମିର ଫସଲ ନଷ୍ଟ ହୋଇଛି । ଏପରିସ୍ଥଳେ ଏବେ ପୁଣି ପ୍ରବଳ ବର୍ଷାର ସମ୍ଭବନା ଥିବାରୁ ପାହାଡିଆ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିପାରେ ।
from Prameya News7 https://ift.tt/31kfPYU

No comments: