ସୋର ୦୬।୧୦: ବାଲେଶ୍ଵର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜ୍ ଗଳିପଡିଲା । ସୋର ଧାମରାରୁ ହଳଦିଆ ଯାଉଥିବା କୋଇଲା ବୋଝେଇ ଟ୍ରେନ ଏହି ବ୍ରିଜ୍ ରେ ଲାଗି ରହିଛି । ବ୍ରିଜଟି ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଛି ।
ଟ୍ରେନଟି ବାଲେଶ୍ବର ମୂଳିସିଂ ଗେଟ ନିକଟରେ ଅଟକିଛି । ଫଳରେ ଖଡଗପୁର ଦିଗକୁ ସମସ୍ତ ଟ୍ରେନ ବାତିଲ ହୋଇଛି । ଧାମରାରୁ ଏନ୍.ଟି.ଏସ ଡାଉନ୍ ଟ୍ରେନ କୋଇଲା ଲୋଡ୍ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିଲା । କେଉଁ କରଣରୁ ଫୁଟ ଓଭର ବ୍ରିଜ ସହ ଟ୍ରେନ୍ ର ଧକ୍କା ହେଲା ସେନେଇ ତଦନ୍ତ ଚାଲିଛି ।
from Prameya News7 https://ift.tt/33wr81G
ରେଳ ଷ୍ଟେସନରେ ଖସିପଡିଲା ଫୁଟ୍ ଓଭରବ୍ରିଜ୍
Reviewed by SUBHENDU BARAL
on
October 05, 2020
Rating:

No comments: