ଆଣ୍ଡାମାନରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ସମ୍ଭାବନା ନେଇ ୯ରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର ୦୬।୧୦: ଲଘୁଚାପ ବର୍ଷା ଏଯାଏଁ ଛାଡିନି, ଆଣ୍ଡାମାନ ସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ସେପଟେ ଆଣ୍ଡାମାନରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନେଲେ ତାର ନାଁ ଗତି ରଖାଯିବ । ତେବେ ଏହା କେତେ ବଳଶାଳୀ ହେବ । ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ନାହିଁ । ତେବେ ୯ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ । କିନ୍ତୁ ଲଘୁଚାପ ପ୍ରଭାବରେ ୧୧ ରୁ ୧୩ ତାରିଖ ଯାଏ ରାଜ୍ୟର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ବର୍ଷିବ । ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ସୋନପୁର, ନୂଆପଡା, ବଲାଙ୍ଗୀର, ଅନୁଗୋଳ, କେନ୍ଦୁଝର, ବରଗଡ, ସମ୍ବଲପୁର ଆଦି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଏହି ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ତେବେ ଆସନ୍ତା ୭ ତାରିଖ ପରଠୁ ବର୍ଷା ପରିମାଣ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।



from Prameya News7 https://ift.tt/3d4rYWl
ଆଣ୍ଡାମାନରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ସମ୍ଭାବନା ନେଇ ୯ରେ ସ୍ପଷ୍ଟ ହେବ ଚିତ୍ର ଆଣ୍ଡାମାନରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ସମ୍ଭାବନା ନେଇ ୯ରେ ସ୍ପଷ୍ଟ ହେବ ଚିତ୍ର Reviewed by SUBHENDU BARAL on October 05, 2020 Rating: 5

No comments:

Powered by Blogger.