ବୌଦ୍ଧ ୦୬।୧୦: ଅନୁଗୁଳ - ବୌଦ୍ଧ ଜିଲ୍ଲାକୁ ସମ୍ପର୍କ ସ୍ଥାପନ, ଗମନାଗମନ, ବ୍ୟବସାୟର ଉନ୍ନତି ପାଇଁ ୨୦୧୫ରେ ବୌଦ୍ଧ ଜିଲ୍ଲା ଧଳପୁର ଠାରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ହେଲା। କାମ ବି ଆରମ୍ଭ ହେଲା । ବ୍ରିଜ ୨୦୧୯ ମସିହାରେ ଲୋକାର୍ପିତ ହେବା କଥା । ହେଲେ ବିଭାଗୀୟ ଅଧିକାରୀ ତଥା ଠିକାଦାରଙ୍କ ଖାମଖିଆଲ ନୀତି ପାଇଁ ଅବଧି ସରିଥିଲେ ବି କାମ ସରିନି । ଲୋକେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଏବେ ଡଙ୍ଗାରେ ନଦୀ ପାରି ହେଉଛନ୍ତି ।
ଅବଧି ସରିଲାଣି କିନ୍ତୁ ସୁରୁନି ସେତୁର ନିର୍ମାଣ କାମ। ୫୦ ପ୍ରତିଶତ କାମ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନୁଗୋଳ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗାକୁ ଯୋଡିଛି ମହାନଦୀ । ଏଠାରେ ବ୍ରିଜ ନଥିବାରୁ ଗମନାଗମନର ସୁବିଧା ପାଇଁ ୨୦୧୫ରେ ବୌଦ୍ଧ ଖରଶଙ୍କୁଲେଇ ଠାରେ ଧଳପୁର-ଆଠମଲ୍ଲିକ ଦ୍ବିତୀୟ ସେତୁର ଶିଳାନ୍ୟାସ ହୋଇଥିଲା। କିନ୍ତୁ ୪ ବର୍ଷ ବତିଯାଇଥିଲେ ମଧ୍ୟ ସେତୁର କାମ ସରିନି । ଫଳରେ ଏବେବି ଜୀବନକୁ ବାଜି ଲଗାଇ ଡଙ୍ଗାରେ ଯାତ୍ରା କରୁଛନ୍ତି ଲୋକେ ।
ଧଳପୁର- ଆଠମଲ୍ଲିକ ଦ୍ବିତୀୟ ସେତୁ ନିର୍ମ।ଣ ପାଇଁ ୧୬୮ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୨୦୧୬ ମସିହାରେ କାମ ଆରମ୍ଭ ହୋଇ ୨୦୧୯ରେ ସରିବା କଥା। ତେବେ ଠିକା ସଂସ୍ଥାର ବେପାରୁଆ କାମ ଯୋଗୁଁ କାମ ସରିପାରୁନଥିବା ଅଭିଯୋଗ ହୋଇଛି ।
ତେବେ ଏନେଇ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ କହିଛନ୍ତି ଆସନ୍ତା ଡିସେମ୍ବର ମାସ ଶେଷ ଶୁଦ୍ଧା ବ୍ରିଜ ନିର୍ମାଣ କାମ ଶେଷ ହେବ । ଧଳପୁର-ଆଠମଲ୍ଲିକ ବ୍ରିଜର ନିର୍ମ।ଣ କାମ କବେ ଶେଷ ହେବ ଏବଂ ଲୋକେ ସୁବିଧାରେ ଗମନାଗମନ କରିପାରିବେ ତାକୁ ହିଁ ଅପେକ୍ଷା ।
from Prameya News7 https://ift.tt/2GHcnjq

No comments: