ରାଜଧାନୀରୁ ପୁଣି ଧଳା ଜହର ଜବତ, ୩ ଗିରଫ

ଭୁବନେଶ୍ୱର ୦୩।୧୦: ବିଭିନ୍ନ କଟକଣା ସତ୍ତ୍ୱେ ବି ରାଜଧାନୀରେ ଚାଲିଛି ଧଳା ଜହର କାରବାର । ପୋଲିସ ପକ୍ଷରୂ ଚେକିଂ ପରେ ବି ଚାଲିଛି ଏହି ଚୋରା କାରବାର । ଏହିପ୍ରରିପେକ୍ଷୀରେ ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ଏହାସହିତ  ୩ଜଣଙ୍କୁ  ଗିରଫ ମଧ୍ୟ କରାଯାଇଛି  ।

ଚଢାଉରେ ପ୍ରାୟ ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍  । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ବ୍ରାଉନ ସୁଗାର ଜବତ କରିବା ସହ କୁଏଟି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବରୁ ଅନେକ ଥର ମଧ୍ୟ ରାଜଧାନୀରୁ ବ୍ରାଉନ୍‌ସୁଗାର ଜବତ ହୋଇଛି ।



from Prameya News7 https://ift.tt/3jrQvqY
ରାଜଧାନୀରୁ ପୁଣି ଧଳା ଜହର ଜବତ, ୩ ଗିରଫ ରାଜଧାନୀରୁ ପୁଣି ଧଳା ଜହର ଜବତ, ୩ ଗିରଫ Reviewed by SUBHENDU BARAL on October 02, 2020 Rating: 5

No comments:

Powered by Blogger.