ପୁଜାମଣ୍ଡପରେ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦର ଘଟିପାରେ ଅନ୍ତ, ଆଜି ହାଇକୋର୍ଟରେ ମାମଲାର ଶୁଣାଣି

କଟକ ୧୯।୧୦:  ପୁଜାମଣ୍ଡପରେ ମୁର୍ତ୍ତି ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଆଜି ଘଟିପାରେ ଅନ୍ତ । କୋର୍ଟରେ ଆଜି ଆଡଭୋକେଟ ଜେନେରାଲ ରିପୋର୍ଟ ଦାଖଲ କରିବେ । ସେହିପରି ଆଜି ଏସଂକ୍ରାନ୍ତୀୟ ମାମଲାର ଚୁଡାନ୍ତ ଶୁଣାଣି କରିଵେ ହାଇକୋର୍ଟ ।

କଟକ ସହରର ୯ ଟି ପୁଜା ମଣ୍ଡପରେ ପୂର୍ବ ବର୍ଷ ପରି ମୁର୍ତ୍ତି ନିର୍ମିତ ହୋଇସାରିଛି । ଯାହାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଗତ ଶୁକ୍ରବାର ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୁର୍ତ୍ତି ନିର୍ମାଣ କରିବା ଲାଗି ପ୍ରଥମେ ଵାଲୁ ଵଜାର ପୁଜାମଣ୍ଡପକୁ ଅନୁମତି ଦେଇଥିଲେ ହାଇକୋର୍ଟ । ପରେ କଟକ ଫିରିଙ୍ଗି ବଜାର ଏବଂ ଉପର ତେଲେଙ୍ଗାବଜାର ସମେତ ୯ ଟି ପୁଜାମଣ୍ଡପ ରେ ପୂର୍ବ ଢାଞ୍ଚାରେ ମୁର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା ।

ତେବେ ରାଜ୍ୟ ସରକାରଙ୍କ ନୂଆ ଗାଇଡ ଲାଇନ ଆଧାରରେ ମୁର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ଲାଗି ପୁଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ । ନଵନିର୍ମିତ ବଡ ମୁର୍ତ୍ତି ଗୁଡିକୁ ଭାଙ୍ଗିଦେବାଲାଗି ସମ୍ପୃକ୍ତ ପୁଜାକମିଟି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୁଲିସ କମିଶନର । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଛି ଏକାଧିକ ମାମଲା । ତେବେ ପୂଜା ପ୍ରସ୍ତୁତି ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି । ତେଣୁ ଆଜି ମାମଲା ସମ୍ପର୍କରେ କେଉଁ ପ୍ରକାରର ନିଷ୍ପତ୍ତି ଆସିବ ତାକୁ ହିଁ ଅପେକ୍ଷା ।



from Prameya News7 https://ift.tt/2H3kUhu
ପୁଜାମଣ୍ଡପରେ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦର ଘଟିପାରେ ଅନ୍ତ, ଆଜି ହାଇକୋର୍ଟରେ ମାମଲାର ଶୁଣାଣି ପୁଜାମଣ୍ଡପରେ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦର ଘଟିପାରେ ଅନ୍ତ, ଆଜି ହାଇକୋର୍ଟରେ ମାମଲାର ଶୁଣାଣି Reviewed by SUBHENDU BARAL on October 18, 2020 Rating: 5

No comments:

Powered by Blogger.