ଯାଜପୁର ୦୭।୧୦: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍ । ଦୋକାନ ବନ୍ଦ କରି ସୁନା ଗହଣା ଧରି ଘରକୁ ଫେରୁଥିବା ବେଳେ ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି ଘଟଣା ।
ବ୍ରହ୍ମବରଦାର ସୁନା ବ୍ୟବସାୟୀ ମହେଶ୍ଵର ସାହୁ ନିଜ ଦୋକାନ ବନ୍ଦ କରି ସୁନାଗହଣା ନେଇ ସ୍କୁଟିରେ ବନ୍ଧଡିହସ୍ଥିତ ଘରକୁ ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଛନ୍ତି । ମଙ୍ଗଳବାର ରାତି ପ୍ରାୟ ୮ଟାରେ ଏହି ଘଟଣା ଘଟିଛି । ଏକ ପଲସରରେ ଆସି ୩ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ । ସେ ତଳେ ପଡିଯିବାରୁ ଅଳଙ୍କାର ସହ ସ୍କୁଟିକୁ ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ମହେଶ୍ଵରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।
from Prameya News7 https://ift.tt/33Eimih
ଦୋକାନ ବନ୍ଦ କରି ଫେରିବା ବେଳେ ଆକ୍ରମଣ, ଅଳଙ୍କାର ସହ ସ୍କୁଟି ଛଡାଇ ନେଇ ଦୁର୍ବୃତ୍ତ ଚମ୍ପଟ
Reviewed by SUBHENDU BARAL
on
October 06, 2020
Rating:

No comments: