ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ଆଉ ତାପରେ…

ଚଣ୍ଡିଖୋଲ ୦୭।୧୦: ପୋଲ ତଳକୁ ଖସିଲା କାର, ଅଳ୍ପକେ ବର୍ତିଲେ ଯାତ୍ରୀ । ଜାତୀୟ ରାଜପଥ ୫ ନାନପୁର ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ନାନପୁର ନିକଟରେ ଥିବା  ଏକ ପୋଲ ତଳକୁ ଭାରସାମ୍ୟ ହରାଇ ଖସିପଡିଲା କାର । ତେବେ କାର୍‌ ଥିବା 3 ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି ।  କାରଟି କେନ୍ଦ୍ରାପଡ଼ା ଅଭିମୁଖେ ଯାଉ ଥିବା ବେଳେ ରାସ୍ତାରେ ଖାଲ ଥିବାରୁ ଗାଡିଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇଥିଲା । ଗାଡିରେ ଥିବା ୩ ଜଣ ଯାତ୍ରୀ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀ ପାଟକୁରା ଅଞ୍ଚଳର ବୋଲି ଜଣାପଡିଛି । ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ଜଣାପଡିଛି । ଦୁର୍ଘଟଣାର ଖବର ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛି ।



from Prameya News7 https://ift.tt/33AiBdV
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ଆଉ ତାପରେ… ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ଆଉ ତାପରେ… Reviewed by SUBHENDU BARAL on October 06, 2020 Rating: 5

No comments:

Powered by Blogger.