ପୁଣି ମାଓବାଦୀଙ୍କ ହିଂସାକାଣ୍ଡ, ବିଏସଏନଏଲ ଟାଓ୍ବାର ଭାଙ୍ଗି ଲଗାଇଦେଲେ ନିଆଁ

ମାଲକାନଗିରି ୨।୧୦: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା ମାଓହିଂସା । ବିଏସଏନଏଲ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ପ୍ରାୟ ୧୫ ଜଣ ସଶସ୍ତ୍ର ନକ୍ସଲ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ବଂସ କରିବା ସହ ରାଜ ରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ ।

ଶୁକ୍ରବାର ସକାଳେ ସିଆରପିଏଫ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି । ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତଠାରୁ ମାତ୍ର ଦୁଇ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଯାହାକୁ ନେଇ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ମାଲକାନଗିରି ଏସପି କହିଛନ୍ତି ।



from Prameya News7 https://ift.tt/3cRBCMg
ପୁଣି ମାଓବାଦୀଙ୍କ ହିଂସାକାଣ୍ଡ, ବିଏସଏନଏଲ ଟାଓ୍ବାର ଭାଙ୍ଗି ଲଗାଇଦେଲେ ନିଆଁ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ, ବିଏସଏନଏଲ ଟାଓ୍ବାର ଭାଙ୍ଗି ଲଗାଇଦେଲେ ନିଆଁ Reviewed by SUBHENDU BARAL on October 01, 2020 Rating: 5

No comments:

Powered by Blogger.