ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୋଗ ଆଣିଲେ ପରିବାରଲୋକ

ଭଦ୍ରକ ୨।୧୦: ଯୁବକଙ୍କୁ ପିଟି ପିଟି ହତ୍ୟା । ମୃତ ଜଣକ ହେଲେ କଟିଆ ମିର୍ମୁ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର କଟିଆ ମୁର୍ମୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ହତ୍ୟାକାଣ୍ଡକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏପରିକି ବାଡ଼ିରେ ପିଟି ପିଟି ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

କିନ୍ତୁ ତା ପୂର୍ବରୁ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଗାଁର ଜଣେ ଯୁବକ ଏକ ବାଡ଼ିରେ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଗାଳି ଦେଉଛନ୍ତି । ଏହି ମାଡ଼ ମାରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏପଟେ ପୋଲିସର ତଦନ୍ତ ଜାରି ରହିଛି।



from Prameya News7 https://ift.tt/3l6gYea
ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୋଗ ଆଣିଲେ ପରିବାରଲୋକ ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୋଗ ଆଣିଲେ ପରିବାରଲୋକ Reviewed by SUBHENDU BARAL on October 01, 2020 Rating: 5

No comments:

Powered by Blogger.