ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକକୁ ନିସ୍ତୁକ ମାଡ଼, ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଟିଲେ ଲୋକେ

ଭୁବନ ୧୩।୧୦: ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ଦୁଷ୍କର୍ମ ଉଦ୍ୟମକାରୀ ଯୁବକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ। ଏପରି  ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗାଁରେ।

ଖବର ଅନୁଯାୟୀ, ଗାଁରେ  ଜଣେ ଯୁବକ ସେହି ଗାଁର ଜଣେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ ମହିଳା ଜଣଙ୍କ ଚିତ୍କାର କରି ପଡୋଶୀଙ୍କୁ ଡାକିବାରୁ ଗାଁ ଲୋକେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ଖୁଣ୍ଟରେ ବାନ୍ଧିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଅଭିଯୁକ୍ତକୁ ନିଜ ହେପାଜତକୁ ନେବା ସହିତ ପଚରା ଉଚରା କରିଥିଲା। ମାଡ଼ ମାରିଥିବା ଲୋକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ।



from Prameya News7 https://ift.tt/3dqjyZF
ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକକୁ ନିସ୍ତୁକ ମାଡ଼, ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଟିଲେ ଲୋକେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକକୁ ନିସ୍ତୁକ ମାଡ଼, ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଟିଲେ ଲୋକେ Reviewed by SUBHENDU BARAL on October 12, 2020 Rating: 5

No comments:

Powered by Blogger.