ଭୁବନେଶ୍ୱର ୧୩।୧୦: ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍ ଆଜି ଆନ୍ଧ୍ର ଉପକୂଳ ଅତିକ୍ରମ କରୁଛି। ଆନ୍ଧ୍ରପ୍ରଦେଶର ନାରସାପୁର ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୫୫ରୁ ୬୫ କିଲୋମିଟର ମଧ୍ୟରେ ରହିବ।
ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଓଡ଼ିଶା ଉପକୂଳରେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ସମେତ ଓଡ଼ିଶାର ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।
ବିଶେଷ କରି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। । ଗତକାଲି ଛତ୍ରପୁରରେ ୫୨ ମିଲିମିଟର, ପାରଳାଖେମୁଣ୍ଡିରେ ୪୫ ମିମି, ଗୋପାଳପୁରରେ ୩୪ ମିମି ବର୍ଷା ହୋଇଥିଲା । ରାତିରେ ବର୍ଷା ଆହୁରି ବଢ଼ିଥିବା ଜଣାପଡ଼ିଛି । ବୁଧବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ ।
from Prameya News7 https://ift.tt/3jWOJOE

No comments: