ଗାଈ ଗୋବରରୁ ନିର୍ମିତ ଚିପ୍ ରୋକିପାରିବ ରେଡିଏସନ: କାମଧେନୁ ଆୟୋଗ

ନୂଆଦିଲ୍ଲୀ ୧୩/୧୦: ଏଣିକି ଗାଈ ଗୋବରରୁ ତିଆରି ଚିପ ମୋବାଇଲରୁ ନିର୍ଗତ ଆଣ୍ଟି-ରେଡିଏସନ ରୋକିପାରିବ। ରାଷ୍ଟ୍ରୀୟ କାମଧେନୁ ଆୟୋଗ (RKA)ର ଚେୟାରମ୍ୟାନ୍ ବଲ୍ଲଭ ଭାଇ କଥିରିଆ କହିଛନ୍ତି ଗାଈ ଗୋବରରୁ ନିର୍ମିତ ଚିପ ମୋବାଇଲ ଫୋନରୁ ନିର୍ଗତ ରେଡିଏସନ କମ୍ କରିବା ଦିଗରେ ସହାୟକ ହେବ। ସୋମବାର ସେ ଗାଈ ଗୋବରରୁ ନିର୍ମିତ ଏକ ଚିପ୍ ଲଞ୍ଚ କରିଛନ୍ତି।

ଏହା ସହ କଥିରିଆ କହିଛନ୍ତି ଗାଈ ଗୋବରରୁ ସମସ୍ତଙ୍କ ରକ୍ଷା ହେବ। ସମସ୍ତଙ୍କ ଉପକାର ମଧ୍ୟ ହେବ। ଏହା ମହାମାରୀରୁ ମଧ୍ୟ ରକ୍ଷା କରେ। ବର୍ଷ ବର୍ଷ ଧରି ଏହାର ବ୍ୟବହାର ହୋଇ ଆସୁଅଛି। ରାଡିଏସନ ଚିପ୍ ହୋଇଥିବାରୁ ଏହାକୁ ମୋବାଇଲରେ ରଖିପାରିବେ। ଏହା  ରେଡିଏସନକୁ ଖୁବ୍ କମ୍ କରିବ। ଯଦି ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଏହାକୁ ବ୍ୟବହାର କରିପାରିବେ। ଏହି ଚିପର ନାଁ ରଖାଯାଇଛି ‘ଗୋବର କବଚ’। ଏହାକୁ ଗୁଜରାଟ ରାଜକୋଟ ସ୍ଥିତ ଶ୍ରୀଜି ଗୋଶାଳା ଦ୍ବାରା ନିର୍ମିତ କରାଯାଇଛି।

କଥିରିଆ କହିଛନ୍ତି ୫୦୦ରୁ ଅଧିକ ଗୋଶାଳା ଏହି ପ୍ରକାର ଆଣ୍ଟି-ରେଡିଏସନ ଚିପ୍ ତିଆରି କରୁଛନ୍ତି। ଗୋଟିଏ ଚିପର ମୂଲ୍ୟ ୫୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ। କେନ୍ଦ୍ର ସରକାର ଏହି ଆୟୋଗକୁ ୨୦୧୯ରେ ପ୍ରତିଷ୍ଠା କରିଥିଲେ। ଏହାର ଉଦ୍ଦେଶ୍ୟ ଗାଈଙ୍କ ସଂରକ୍ଷଣ ଓ ବିକାଶ। କେନ୍ଦ୍ର ବଜେଟ୍ ୨୦୧୯-୨୦ରେ ଏହାର ଘୋଷଣା କରିଥିଲେ।



from Prameya News7 https://ift.tt/3nKVW6U
ଗାଈ ଗୋବରରୁ ନିର୍ମିତ ଚିପ୍ ରୋକିପାରିବ ରେଡିଏସନ: କାମଧେନୁ ଆୟୋଗ ଗାଈ ଗୋବରରୁ ନିର୍ମିତ ଚିପ୍ ରୋକିପାରିବ ରେଡିଏସନ: କାମଧେନୁ ଆୟୋଗ Reviewed by SUBHENDU BARAL on October 12, 2020 Rating: 5

No comments:

Powered by Blogger.