କଟକ: କଟକ SCB ମେଡିକାଲ୍ର କୋଭିଡ୍ ୱାର୍ଡରେ ଅବ୍ୟବସ୍ଥା ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ମେଡିକାଲ୍ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।
କମିଟିରେ ଅତିରିକ୍ତ ଅଧୀକ୍ଷକ, ମ୍ୟାନେଜର ଓ ଜରୁରୀକାଳୀନ ଅଧିକାରୀ ରହିଛନ୍ତି। ଏହି କମିଟି ଘଟଣାର ଅନୁଧ୍ୟାନ କରି ଆଜି ରିପୋର୍ଟ ଦାଖଲ କରିବେ।
ସୂଚନାଥାଉ କି, କିଛିଦିନ ତଳେ କଂଗ୍ରେସ ନେତା ମାନସ ଚୌଧୁରୀ ଟ୍ୱିଟରରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓରେ କଟକ SCB ମେଡିକାଲ୍ରେ ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଥିଲା। ମେଡିକାଲ୍ ଭିତରେ ଅଳିଆ ଆବର୍ଜନା ପଡ଼ିବା ସହ ବ୍ୟବହୃତ ପିପିଇ କିଟ୍ ଏଣେତେଣେ ଫିଙ୍ଗା ଯାଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ ସର୍ବସାଧାରଣଙ୍କ ଯିବାଆସିବା ରାସ୍ତା ବା କରିଡରରେ ମୃତଦେହ ପଡ଼ି ରହିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବାନାନନ୍ଦ ମହାରଣା କହିଛନ୍ତି, ରୋଗୀ ସଂଖ୍ୟା ଅତ୍ୟଧିକ ବଢ଼ି ଚାଲିଛି, ତେଣୁ ଯାହା ତ୍ରୁଟି ରହିଛି ଆମେ ନିଶ୍ଚିତ ଭାବରେ ଏସବୁ ସୁଧାରିବୁ ଓ ଆଗକୁ ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦେବୁ।
ପଢ଼ନ୍ତୁ: କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଭିଡିଓ ଭାଇରାଲ
The post SCB କୋଭିଡ୍ ୱାର୍ଡରେ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି appeared first on OTV Khabar..
from OTV Khabar. https://ift.tt/33In65e
No comments: