ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍ଧାମ୍ରେ ବିଶ୍ୱକର୍ମା ଭସାଣ Rajalaxmi Sahoo
ଜଳେଶ୍ୱର: ଗତ କିଛିଦିନ ହେଲା ଓଡ଼ିଶାରେ ଦିନକୁ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ସରକାରଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ଏପରିକି କରୋନା ମୁକାବିଲା ଲାଗି ଗାଇଡଲାଇନ୍ସ ଜାରି କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଲୋକମାନେ ସଚେତନ ହେବେ କ’ଣ ଖୁଲମ୍ଖୁଲା ଏହି କଟକଣାକୁ ଉଲ୍ଲଂଘନ କରୁଛନ୍ତି। ନା ଅଛି ଡର ନା ଭୟ। ଏବେ ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଚଉମୁଖ ପଞ୍ଚାୟତରେ ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ, କୋଭିଡ୍ ଗାଇଡଲାଇନ୍ସକୁ ଉଲ୍ଲଂଘନ କରି ଗତକାଲି ଏଠାରେ ବିଶ୍ୱକର୍ମା ଭସାଣ ଶୋଭାଯାତ୍ରା କରାଯାଇଥିଲା। ବିଳମ୍ବିତ ରାତି ଯାଏ ଡିଜେ ବାଜିବା ସହ ନାଚ ଗୀତର ଆସର ଜମିଥିଲା। ନା ଥିଲା ସାମାଜିକ ଦୂରତା ନା କେହିଜଣେ ହେଲେ ବି ମୁହଁରେ ମାସ୍କ ପିନ୍ଧିଥିଲେ। ଚଉମୁଖ ପଞ୍ଚାୟତ ଟାଓ୍ୱାର ଛକ ଠାରେ ଭସାଣ ଶୋଭାଯାତ୍ରା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଖବରପାଇ ଯାମକୁଣ୍ଡା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ ବୋଲି ସୂଚନା ମିଳିଛି।
ଏଠାରେ ପ୍ରଶ୍ନ ଉଠୁଛି ଭସାଣ ଶୋଭାଯାତ୍ରା ପାଇଁ ପ୍ରଶାସନର ଅନୁମତି ନିଆଯାଇଥିଲା ନା ନାହିଁ ? ଯଦି ଅନୁମତି ଥିଲା ତେବେ କିଭଳି ଭାବରେ କରୋନା କଟକଣାକୁ ଉଲ୍ଲଂଘନ କରାଯାଇ ଏଭଳି କରାଗଲା ? ଅନ୍ୟପକ୍ଷରେ, ଯାମକୁଣ୍ଡା ଫାଣ୍ଡି ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
ଦେଖନ୍ତୁ, ବାଲେଶ୍ୱରରେ କିଭଳି ଭାବରେ କରୋନା କଟକଣାକୁ ଫୁ’ କରି
ଧୁମ୍ଧାମ୍ରେ ବିଶ୍ୱକର୍ମା ଭସାଣ ଶୋଭାଯାତ୍ରା କରାଯାଇଥିଲା। ନା ଥିଲା ସାମାଜିକ ଦୂରତା ନା କେହି ମୁହଁରେ ମାସ୍କ ପିନ୍ଧିଥିଲେ #Odisha pic.twitter.com/AxYb2FfCcX— ଓଟିଭି (@otvkhabar) September 19, 2020
The post ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍ଧାମ୍ରେ ବିଶ୍ୱକର୍ମା ଭସାଣ appeared first on OTV Khabar..
from OTV Khabar. https://ift.tt/2ZSFlDI
No comments: