ଭାରତରେ ଦ୍ରୁତବେଗରେ ବଢ଼ୁଛି କରୋନା : ୨୦ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ଜାତୀୟ ହାରଠାରୁ ଅଧିକ Kanak News

କନକ ବ୍ୟୁରୋ :  ବିଶ୍ୱର ତିନିଟି ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ମଧ୍ୟରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି। ଆାମେରିକା ଶୀର୍ଷରେ ଥିବାବେଳେ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି। ବହୁଦିନ ପୂର୍ବରୁ ଆମେରିକାରେ ସଂକ୍ରମଣ ସଂଖ୍ୟା ୫୦ ଲକ୍ଷ ଟପି ସାରିଥିବାବେଳେ ନିକଟରେ ଭାରତର ସଂକ୍ରମଣ ୫୦ ଲକ୍ଷ ଟପିଛି। ବ୍ରାଜିଲ ୫୦ ଲକ୍ଷ ସଂଖ୍ୟାର ନିକଟତର ହେବାରେ ଲାଗିଛି। ଉପରୋକ୍ତ ୩ଟି ଦେଶ ମଧ୍ୟରୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିବା ପାଇଁ ସବୁଠୁ ଅଧିକ ଦିନ ଲାଗିଛି। ୧୦ ଲକ୍ଷ ସଂଖ୍ୟା ଛୁଇଁବା ଲାଗି ପ୍ରାୟ ଆଉ ୨ ମାସ ସମୟ ଲାଗିଥିଲା। କିନ୍ତୁ ୧୦ ଲକ୍ଷ ସଂଖ୍ୟା ଛୁଇଁବା ପରେ ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି।

୪୦ ଲକ୍ଷରୁ ୫୦ ଲକ୍ଷ ଛୁଇଁବା ପାଇଁ ମାତ୍ର ୧୦ ଦିନ ସମୟ ଲାଗିଛି। ଅନ୍ୟପକ୍ଷରେ ଆମେରିକାରେ ସଂକ୍ରମଣ ୪୦ ଲକ୍ଷରୁ ୫୦ ଲକ୍ଷରେ ପହଞ୍ଚିବା ପାଇଁ ୧୭ ଦିନ ଲାଗିଥିଲା। ସେହିଭଳି ୩୦ରୁ ୪୦ ଲକ୍ଷ ସଂକ୍ରମଣ ଛୁଇଁବା ପାଇଁ ଆମେରିକାକୁ ୧୫ ଦିନ ଲାଗିଥିବାବେଳେ ଭାରତକୁ ୧୩ ଦିନ ଓ ବ୍ରାଜିଲକୁ ୨୬ ଦିନ ସମୟ ଲାଗିଛି। ତେଣୁ ସଂକ୍ରମଣ ବୃଦ୍ଧିରେ ଭାରତର ସ୍ଥିତି ବର୍ତ୍ତମାନ ଆମେରିକା ଓ ବ୍ରାଜିଲଠାରୁ ଖରାପ ରହିଛି। ସେପ୍ଟେମ୍ବରରେ ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି।

ଦେଶର ୬୩୭ଟି ଜିଲ୍ଲା ମଧ୍ୟରୁ ୬ଟି ଅର୍ଥାତ୍ ୦.୯ ପ୍ରତିଶତ ଜିଲ୍ଲାରେ ୧ ଲକ୍ଷ ଲେଖାଏଁରୁ ଅଧିକ କରୋନା ସଂକ୍ରମଣ ରହିଛି। ଦେଶର ପ୍ରାୟ ପ୍ରତ୍ୟେକ ଅଞ୍ଚଳକୁ କରୋନା ସଂକ୍ରମଣ ବ୍ୟାପିଯାଇଛି। ଅଳ୍ପ କେତୋଟି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ୧୦୦ରୁ କମ୍ ରହିଛି। କିନ୍ତୁ ୭୫ ପ୍ରତିଶତରୁ ଅଧିକ ଜିଲ୍ଲାରେ ୧ ହଜାରରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ ଅନେକ ଦେଶ ରହିଛି ଯେଉଁଠି ଭାରତର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ତୁଳନାରେ କମ୍ ସଂକ୍ରମଣ ରହିଛି।

ଏପରିକି ଭାରତର କେତେକ ଜିଲ୍ଲାର ସଂକ୍ରମଣ ସ୍ଥିତି କେତେକ ଦେଶଠାରୁ ମଧ୍ୟ ଖରାପ ରହିଛି। ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ, ବିଶ୍ୱର ୧୫୩ଟି ଦେଶରେ ଏବେ ବି କରୋନା ସଂକ୍ରମଣ ୧ ଲକ୍ଷ ସଂଖ୍ୟା ଛୁଇଁନାହିଁ। କିନ୍ତୁ ମହାରାଷ୍ଟ୍ରର ସଂଖ ଆମେରିକା, ବ୍ରାଜିଲ ଏବଂ ରୁଷିଆ ପଛକୁ ରହିଛି।



from Kanak News https://ift.tt/32JoRQb https://ift.tt/3iLobPR

ଭାରତରେ ଦ୍ରୁତବେଗରେ ବଢ଼ୁଛି କରୋନା : ୨୦ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ଜାତୀୟ ହାରଠାରୁ ଅଧିକ Kanak News ଭାରତରେ ଦ୍ରୁତବେଗରେ ବଢ଼ୁଛି କରୋନା : ୨୦ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ଜାତୀୟ ହାରଠାରୁ ଅଧିକ Kanak News Reviewed by SUBHENDU BARAL on September 18, 2020 Rating: 5

No comments:

Powered by Blogger.