ଉମା ଭାରତୀଙ୍କୁ କରୋନା Rajalaxmi Sahoo

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଏବେ ସେ ହରିଦ୍ୱାର ଓ ଋଷିକେଶ ମଧ୍ୟରେ ଥିବା ବନ୍ଦେ ମାତରମ୍‌ କୁଞ୍ଜରେ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ଚାରି ଦିନ ପରେ ପୁଣିଥରେ କରୋନା ଟେଷ୍ଟ୍‌ କରାଇବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନେବେ ବୋଲି ଟ୍ୱିଟ୍‌ କରି ଉମା ଭାରତୀ କହିଛନ୍ତି।

ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା ପାଇଁ ସେ ପରାମର୍ଶ ଦେବାସହ ସତର୍କ ରହିବା ପାଇଁ ସେ କହିଛନ୍ତି।

The post ଉମା ଭାରତୀଙ୍କୁ କରୋନା appeared first on OTV Khabar..



from OTV Khabar. https://ift.tt/3kSf2pu
ଉମା ଭାରତୀଙ୍କୁ କରୋନା Rajalaxmi Sahoo ଉମା ଭାରତୀଙ୍କୁ କରୋନା Rajalaxmi Sahoo Reviewed by SUBHENDU BARAL on September 26, 2020 Rating: 5

No comments:

Powered by Blogger.