ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ JEE Advanced ପରୀକ୍ଷା। ଏଥିପାଇଁ ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ମୋଟ ୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୯ଟି ପରୀକ୍ଷା କେନ୍ଦ୍ର ହୋଇଛି।
ଓଡ଼ିଶାରୁ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ ଦୁଇଟି ସିଟିଂରେ ପରୀକ୍ଷା ଦେବେ। ସକାଳ ୯ଟାରୁ ୧୨ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। କମ୍ପ୍ୟୁଟର୍ ବେସ୍ଡ୍ ଟେଷ୍ଟ ବା ସିବିଟି ମୋଡ୍ରେ ପରୀକ୍ଷା ହେବ। ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରାଯିବା ସହ କୋଭିଡ୍ ଗାଇଡ୍ଲାଇନ୍ସକୁ ପାଳନ କରାଯାଇ ପରୀକ୍ଷା ହେବ।
ଚଳିତ ବର୍ଷ ପ୍ରଥମଥର ପାଇଁ ଆଇଆଇଟି ଭୁବନେଶ୍ୱରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସାରା ଦେଶରେ ୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ JEE Advanced ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଆଇଆଇଟି ଓ ଏନ୍ଆଇଟିରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା କରାଯାଉଛି।
The post JEE Advanced 2020: କୋଭିଡ୍ ଗାଇଡ୍ଲାଇନ୍ସ ପାଳନ କରି ହେବ ପରୀକ୍ଷା appeared first on OTV Khabar..
from OTV Khabar. https://ift.tt/3kTMhsC
No comments: