ବିଶ୍ୱ ପର୍ଯ୍ୟଟନ ଦିବସ: ବେଳାଭୂମି ଇକୋ ରିଟ୍ରିଟ୍‌ରୁ ଗଞ୍ଜାମ ବାଦ୍‌ Kanak News

କନକ ବ୍ୟୁରୋ : ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଆକୃଷ୍ଠ କରିବା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ସେଥିମଧ୍ୟରୁ ଇକୋ-ରିଟ୍ରିଟ୍‌ ଅନ୍ୟତମ୍‌। ଚଳିତ ବର୍ଷ ରାଜ୍ୟର ୫ଟି ସ୍ଥାନରେ ଇକୋ କ୍ୟାମ୍ପ କରିବା ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଗଞ୍ଜାମ ଜିଲ୍ଲା ବାଦ ପଡ଼ିଛି। ଗୋପାଳପୁର ଓ ସୁନାପୁର ବେଳାଭୂମି ପର୍ଯ୍ୟଟନ ବିଭାଗ ଅଣଦେଖା କରିଥିବା କୁହାଯାଉଛି।

ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ପର୍ଯ୍ୟଟକ ରାତି ଯାପନ କରି ମଜ୍ଜା ଉଠାଇବା ଲାଗି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତବର୍ଷ ଠାରୁ ଇକୋ ରିଟ୍ରିଟ୍‌ ଆରମ୍ଭ କରାଯାଇଛି। ଗତବର୍ଷ ପୁରୀ-କୋଣାର୍କ ବେଳାଭୂମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍‌ କରାଯାଇଥିଲା। ଏହାର ସଫଳତା ପରେ ଚଳିତ ବର୍ଷ କରୋନା କଟକଣା ସତ୍ୱେ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ତଥା ଇକୋ କ୍ୟାମ୍ପ୍‌ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ପୁରୀ-କୋଣାର୍କ ରାମଚଣ୍ତି ବେଳାଭୂମି, ନୟାଗଡ଼ର ସାତକୋଶିଆ, କେନ୍ଦ୍ରାପଡ଼ାର ଭିତରକନିକା, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ଓ ସମ୍ବଲପୁର ଜିଲ୍ଲାର ହୀରାକୁଦ୍‌ ଠାରେ ଆସନ୍ତା ଡିସେମ୍ବେର ୧ତାରିଖ ଠାରୁ ଫେବୃଆରି ୨୮ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ କରିବା ଲାଗି ସ୍ଥିର ହୋଇଛି। ଏଥିଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ଆନୁସଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପରିବେଶ ପର୍ଯ୍ୟଟନସ୍ଥଳରେ ଭରପୁର ଗଞ୍ଜାମ ଜିଲ୍ଲାରେ ଇକୋ ରିଟ୍ରିଟ୍‌ କ୍ୟାମ୍ପ୍‌ କରିବା ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଚାରକୁ ନିଆ ଯାଇନାହିଁ।

ଏଠାରେ ଇକୋ କ୍ୟାମ୍ପ ହୋଇଥିଲେ ପର୍ଯ୍ୟଟକ ମାନେ ନଦୀ ଓ ସମୁଦ୍ରର ମଜ୍ଜା ନେଇପାରିଥାନ୍ତେ। ଏଥିସହ ଉପଯୁକ୍ତ ପ୍ରଚାର ପ୍ରଚାର ହୋଇଥିଲେ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟକ ବି ଏଠାକୁ ଆସିଥାନ୍ତେ। ଉଭୟ ପାର୍ରଶ୍ୱର ପର୍ଯ୍ୟଟନ ବିଭାଗ ଲାଭବାନ ହୋଇପାରିଥାନ୍ତି। ଗଞ୍ଜାମ ଜିଲ୍ଲା ପ୍ରଚାର ପ୍ରାସାର ହୋଇପାରିଥାନ୍ତି। ଗୋପାଳପୁର ଓ ତପ୍ତପାଣି ପାନ୍ଥ ନିବାସକୁ ଘରୋଇ କରଣ ପରେ ଏହା ଗଞ୍ଜାମ ପ୍ରତି ଆଉ ଏକ ଅବହେଳାର ନମୁନା ବୋଲି କୁହାଯାଉଛି।



from Kanak News https://ift.tt/3jaCkXg https://ift.tt/36nHOdJ
ବିଶ୍ୱ ପର୍ଯ୍ୟଟନ ଦିବସ: ବେଳାଭୂମି ଇକୋ ରିଟ୍ରିଟ୍‌ରୁ ଗଞ୍ଜାମ ବାଦ୍‌ Kanak News ବିଶ୍ୱ ପର୍ଯ୍ୟଟନ ଦିବସ: ବେଳାଭୂମି ଇକୋ ରିଟ୍ରିଟ୍‌ରୁ ଗଞ୍ଜାମ ବାଦ୍‌ Kanak News Reviewed by SUBHENDU BARAL on September 26, 2020 Rating: 5

No comments:

Powered by Blogger.