କରୋନା ମୁକ୍ତ ବ୍ୟକ୍ତିଙ୍କ ପାଇଁ ପ୍ରୋଟୋକଲ୍ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ Rajalaxmi Sahoo

ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ପରିଚାଳନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ୍ ଜାରି ହୋଇଛି। ଏହି ନୂଆ ପ୍ରୋଟୋକଲ୍‌ରେ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତି କିପରି ରହିବେ, କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ସେସମ୍ପର୍କରେ ଉଲ୍ଲେଖ କରାଯିବା ସହ ଏହାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। 

ଜାଣନ୍ତୁ ପ୍ରୋଟୋକଲ୍‌ରେ କ’ଣ କ’ଣ ସବୁ ରହିଛି…

  • ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ଆଦି କରିବାକୁ କୁହାଯାଇଛି।
  • ସବୁବେଳେ ମାସ୍କ, ଶାରୀରିକ ଦୂରତ୍ୱ ବଜାୟ ରଖନ୍ତୁ।
  • ସବୁବେଳେ ମର୍ଣ୍ଣିଂ ଓ ଇଭିନିଂ ଓ୍ୱାକ୍ କରିବା ସହ ସତେଜ ଖାଦ୍ୟ ଖାଇବାକୁ ପରାମର୍ଶ।
  • ଧୂମ୍ରପାନ ଓ ମଦ୍ୟପାନଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରୁହନ୍ତୁ।
  • ପର୍ଯ୍ୟାପ୍ତ ସମୟ ଶୁଅନ୍ତୁ ଓ ବିଶ୍ରାମ ନିଅନ୍ତୁ।
  • ପ୍ରତ୍ୟେକ ଦିନ ଶରୀରର ତାପମାତ୍ରା, ରକ୍ତଚାପ ଓ ଡାଇବେଟିସ୍ ମନିଟରିଂ କରିବାକୁ ପରାମର୍ଶ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୂଷ ଚିକିତ୍ସକଙ୍କ ପରାମର୍ଶ କ୍ରମେ ମେଡିସିନ୍ ନେଇପାରିବେ।
  • ଉଷୁମ କ୍ଷୀର ସହ ଅଧଚାମଚ ହଳଦୀ ପକାଇ ସକାଳ ଓ ସନ୍ଧ୍ୟାରେ ପିଇ ପାରିବେ। ହଳଦୀ କିମ୍ବା ଲୁଣ ପାଣିକୁ କୁଳି କରିପାରିବେ। 
  • ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଦିନକୁ ଥରେ chyawanprash ଖାଇପାରିବେ।

ଏଭଳି ଅନେକ ପରାମର୍ଶ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି।

The post କରୋନା ମୁକ୍ତ ବ୍ୟକ୍ତିଙ୍କ ପାଇଁ ପ୍ରୋଟୋକଲ୍ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ appeared first on OTV Khabar..



from OTV Khabar. https://ift.tt/3kfJEka
କରୋନା ମୁକ୍ତ ବ୍ୟକ୍ତିଙ୍କ ପାଇଁ ପ୍ରୋଟୋକଲ୍ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ Rajalaxmi Sahoo କରୋନା ମୁକ୍ତ ବ୍ୟକ୍ତିଙ୍କ ପାଇଁ ପ୍ରୋଟୋକଲ୍ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ Rajalaxmi Sahoo Reviewed by SUBHENDU BARAL on September 12, 2020 Rating: 5

No comments:

Powered by Blogger.