ନୂଆଦିଲ୍ଲୀ: ୨୦୨୪ ଶେଷ ଯାଏ ହୁଏତ ବିଶ୍ୱର ସବୁ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ କୋଭିଡ୍-୧୯ ଭ୍ୟାକ୍ସିନ୍ ମିଳି ନ ପାରେ। Serum Institute of Indiaର ସିଇଓ ଅଦର ପୁନାଓ୍ୱାଲା ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି।
ସେ ଆକଳନ କରିଛନ୍ତି, ଯଦି କୋଭିଡ୍-୧୯ ଭ୍ୟାକ୍ସିନ୍ ୨ଟି ଡୋଜ୍ ବିଶିଷ୍ଟ ହୋଇଥାଏ, ତେବେ ସାରା ବିଶ୍ୱର ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ଦରକାର ୧୫ ବିଲିୟନ୍ ଡୋଜ୍। ଆଉ ଏତେ ପରିମାଣର ଭ୍ୟାକ୍ସିନ୍ ପ୍ରସ୍ତୁତ କରି ସମସ୍ତ ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ନିଶ୍ଚିତ ଭାବେ ବହୁତ ବଡ଼ କାମ। ଏଥିପାଇଁ ନିହାତି ଭାବେ ୪-୫ ବର୍ଷ ଲାଗିଯିବ ବୋଲି କହିଛନ୍ତି ପୁନାଓ୍ୱାଲା।
କୋଭିଡ୍-୧୯ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ Serum Institute of India ୫ଟି ଅନ୍ତର୍ଜାତୀୟ ଫାର୍ମ ସହିତ ମିଳିତ ଭାବେ କାମ କରୁଛି। ସବୁଠୁ ଚର୍ଚ୍ଚାରେ ଥିବା ଅକ୍ସଫୋର୍ଡର ଭ୍ୟାକ୍ସିନ୍ ପାଇଁ AstraZeneca ଓ Novavax ସହିତ ମଧ୍ୟ କାମ କରୁଛି Serum Institute। ଏହି ସଂସ୍ଥା ୧ ବିଲିୟନ୍ ଡୋଜ୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି। ଏହାର ଅଧା ଭାରତକୁ ଦିଆଯିବ ବୋଲି କୁହାଯାଇଛି।
AstraZeneca ସହିତ ମିଳିତ ଭାବେ Serum Institute ଯେଉଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଛି, ତାହା ୬୮ଟି ଦେଶରେ ଉପଲବ୍ଧ ହେବ। ଭ୍ୟାକ୍ସିନ୍ର ଦାମ ରହିବ ପ୍ରାୟ ୨୦୦ରୁ ୨୫୦ ଟଙ୍କା। ସେହିପରି Novavax ଓ ସିରମ୍ର ଭ୍ୟାକ୍ସିନ୍ ୯୨ଟି ଦେଶରେ ମିଳିବ।
The post ‘୨୦୨୪ ଶେଷ ଯାଏ ସମସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣରେ ମିଳିନପାରେ କରୋନା ଭ୍ୟାକ୍ସିନ୍’ appeared first on OTV Khabar..
from OTV Khabar. https://ift.tt/3hvPmgh
No comments: