ନୂଆଦିଲ୍ଲୀ: ଏଣିକି ଦେଶ ବାହାରକୁ ଯିବନି ପିଆଜ। କରୋନା ମହାମାରୀ ସଙ୍କଟ ଭିତରେ ଦେଶରେ ବଢ଼ି ଚାଲିଥିବା ପିଆଜ ଦରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଦିନ ଏଭଳି ନିଷ୍ପତ୍ତି ନେଇଛନ୍ତି।
ନିଷ୍ପତ୍ତି ମୁତାବକ, ଦେଶ ବାହାରକୁ ପିଆଜ ରପ୍ତାନୀ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗା ଯାଇଛି। ଏନେଇ Directorate General of Foreign Trade (DGFT) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁ ଚଳିତ ବର୍ଷ ପିଆଜ ଚାଷରେ ପ୍ରବଳ କ୍ଷତି ହେବା ସହ ଉତ୍ପାଦନ ବହୁଳ ଭାବରେ ପ୍ରଭାବିତ ହୋଇଛି। ଏଥିପାଇଁ ଆଗକୁ ବଜାରରେ ପିଆଜର ସମ୍ଭାବ୍ୟ ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବିହାର ଓ ଗୁଜରାଟରେ ଅଧିକ ପରିମାଣର ପିଆଜ ଉତ୍ପାଦନ ହୁଏ।
The post ଏଣିକି ଦେଶ ବାହାରକୁ ଯିବନି ପିଆଜ appeared first on OTV Khabar..
from OTV Khabar. https://ift.tt/2FA78BG
ଏଣିକି ଦେଶ ବାହାରକୁ ଯିବନି ପିଆଜ Rajalaxmi Sahoo
Reviewed by SUBHENDU BARAL
on
September 14, 2020
Rating:
No comments: