ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟତା Rajalaxmi Sahoo

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ କରିବାକୁ National Disaster Management Authority (NDMA) କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଖବର ମିଛ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହା ଫେକ୍ ନ୍ୟୁଜ୍‌ ବୋଲି କହିଛି Press Information Bureau(PIB)।

ଦେଶରେ ବଢୁଥିବା କରୋନା ସ୍ଥିତିକୁ ଦେଖି ସେପ୍ଟେମ୍ବର ୨୫ରୁ ପୁଣି ଥରେ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇପାରେ ବୋଲି ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ, ସେପ୍ଟେମ୍ବର ୨୫ ତାରିଖ ମଧ୍ୟରାତ୍ରରୁ ସାରା ଦେଶରେ ଆଉ ଥରେ ଲକ୍‌ଡାଉନ୍‌ ଘୋଷଣା କରାଯିବ। ଏହା ୪୬ ଦିନ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ମିଳିତ ଭାବେ ଯୋଜନା କମିଶନ ଓ NDMA ନିର୍ଦ୍ଦେଶ ଦେଇଥିବା ଭାଇରାଲ ପୋଷ୍ଟରେ କୁହାଯାଇଥିଲା।  ତେବେ ଏହା ସମ୍ପୂର୍ଣ୍ଣ ଭାବେ ମିଛ ଏବଂ NDMA ସେମିତି କୌଣସି ନିର୍ଦ୍ଦେଶ କେନ୍ଦ୍ରକୁ ଦେଇନାହିଁ ବୋଲି PIB ସ୍ପଷ୍ଟ କରିଛି।

ଦେଶରେ କରୋନା ବ୍ୟାପିବା ପରେ ମାର୍ଚ୍ଚ ୨୪ରେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାୟ ୨ ମାସ ଧରି ଲକ୍‌ଡାଉନ୍ ରହିବା ପରେ ଧୀରେ ଧୀରେ କରାଯାଇଥିଲା ଅନ୍‌ଲକ୍। ଜୀବନ ଓ ଜୀବୀକା ଦୃଷ୍ଟିରୁ ଆର୍ଥିକ କାରବାରକୁ ଚାଲୁ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏବେ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ କଟକଣାକୁ ଛାଡ଼ି ପ୍ରାୟତଃ ସାରା ଦେଶରେ ସାଧାରଣଜୀବନ ଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। କିଛି ଦିନ ହେଲାଣି ଲଗାତର ଭାବେ ଦେଶରେ ପ୍ରତିଦିନ ୯୦ ହଜାରରୁ ଅଧିକ କରୋନା ପଜିଟିଭ ବାହାରୁଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତିଦିନ ହଜାରେ ଉପରେ ରହୁଛି। ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷ ପାର୍ କରିଥିବାବେଳେ ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଭାରତ।

The post ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟତା appeared first on OTV Khabar..



from OTV Khabar. https://ift.tt/35DjPGH
ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟତା Rajalaxmi Sahoo ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟତା Rajalaxmi Sahoo Reviewed by SUBHENDU BARAL on September 14, 2020 Rating: 5

No comments:

Powered by Blogger.